ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବିଞ୍ଝାରପୁର ପୋଲିସର ପଛ ଘୁଞ୍ଚା

ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡିଛି ରାଜ୍ୟ ସରକାରଙ୍କ "ମା କୁ ସମ୍ମାନ"ର ନାରା । ଦିନ ଦି ପ୍ରହରରେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଗଣ ଦୁଷ୍କର୍ମ । ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବିଞ୍ଝାରପୁର ପୋଲିସର ପଛ ଘୁଞ୍ଚା ଓ ରାଜ୍ୟ ପୋଲିସ ପ୍ରଶାସନର ଅସହାୟତାକୁ ପ୍ରମାଣିତ କରିଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଙ୍ଗରା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୀଡିତାଙ୍କ ପରିବାରଙ୍କ ଅଭିଯୋଗ ମୁତାବକ ଗତ ୨୪ ତାରିଖ ସକାଳେ ଜଣେ ମାନସିକ ଭିନ୍ନକ୍ଷମ ମହିଳା କାଠମରା ଗାଁକୁ ଏକୁଟିଆ ଯାଉଥିଲେ । ରାସ୍ତାର ବିପରୀତ ପାର୍ଶ୍ୱରୁ ଆସୁଥିବା କବିନ୍ଦ୍ର ଜେନା ଓ ଗୋବିନ୍ଦ ଜେନା ମହିଳାଙ୍କୁ ଏକୁଟିଆ ଦେଖି ଗଣ ଦୁଷ୍କର୍ମ କରିଥିଲେ । ଏହି ସମୟରେ କିଛି ଲୋକ ଦେଖି ମହିଳାଙ୍କୁ ଉଦ୍ଧାର କରିଥିଲେ । ଅନ୍ୟତମ ଅଭିଯୁକ୍ତ ଗୋବିନ୍ଦ ଜେନାକୁ ଉଲଗ୍ନ ଅବସ୍ଥାରେ ଲୋକମାନେ କାବୁ କରିନେଇଥିଲେ । ଅନ୍ୟମାନେ ଫେରାର ହୋଇ ଯାଇଥିଲେ ।
📱 Get Argus News App
✨ଏ ନେଇ ପରିବାର ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ପରିବାର ଲୋକେ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସପିଙ୍କ ହସ୍ତକ୍ଷେପ ପରେ ବିଂଝାରପୁର ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ।