Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

Odisha

ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

Smruti Parija
Browse all articles by Smruti Parija
·2 years ago·1 min read
ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ବୌଦ୍ଧ:  ଟର୍ନିଙ୍ଗରେ ଓଭରଟେକ କରିବା ହେଲା କଳା । ପୁରୁଣା କଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ଡିଗିସିରା ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ବାଇକ ଅରୋହୀ ମୃତ । ମୃତକ ଜଣକ ହେଲେ ରୁଗୁଡ଼ିପାଲି ଗ୍ରାମର ରାମଚନ୍ଦ୍ର ଦାସ । 

ସୂଚନାମୁତାବକ ଆଜି ରାମଚନ୍ଦ୍ର ଦାସ ନିଜ ବାଇକ ଯୋଗେ 57ନମ୍ୱର ଜାତୀୟ ରାଜପଥରେ ପୁରୁଣାକଟକରୁ ଚାରି ଛକ ଆଡକୁ କୌଣସି କାମରେ ଯାଉଥିଲେ । ସାମନାରେ ଯାଉଥିବା ଏକ ଗାଡିକୁ ଓଭରଟେକ କରି ଆଗକୁ ପଳାଇଯିବା ସମୟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । 

ଟ୍ରକ ଧକ୍କାରେ ବାଇକଟି ଚୁରମାର ହେବା ସହ ରାମଚନ୍ଦ୍ର ଦାସ ଗୁରୁତର ଆହତ ହୋଇଥିଲେ । ଚାରି ଛକ ଅଗ୍ନିଶମ ବାହିନୀ ଗୁରୁତର ଆହତ ରାମଚନ୍ଦ୍ର ଦାସକୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି । ପୁରୁଣାକଟକ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...


 

Painting
Sponsored
bike-hits-truck-one-died | Argus English