|
logo
Live

Argus News - ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବିଶାଳ ମାଗଣା ସ୍ଵାସ୍ତ୍ୟ ଶିବିର ଅନୁଷ୍ଠିତ

Odisha

ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବିଶାଳ ମାଗଣା ସ୍ଵାସ୍ତ୍ୟ ଶିବିର ଅନୁଷ୍ଠିତ

Jitendra Dash
Browse all articles by Jitendra Dash
·2 years ago·1 min read
ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବିଶାଳ ମାଗଣା ସ୍ଵାସ୍ତ୍ୟ ଶିବିର ଅନୁଷ୍ଠିତ

ଅର୍ଗସ ବ୍ୟୁରୋ : ଢ଼େଙ୍କାନାଳ ସଦର ବ୍ଲକ ନାଗିଆପଶି ଗ୍ରାମ ପଞ୍ଚାୟତ ଠାରେ ବିକାଶ ଫାଉଣ୍ଡେସନ ପକ୍ଷରୁ ଏକ ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଂଚଳର ୨୦୦ ଶହରୁ ଉର୍ଦ୍ଧ୍ବ ଲୋକ ଏଠାରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ବିଭିନ୍ନ ରୋଗ ନିମନ୍ତେ ଔଷଧ ନେଇଛନ୍ତି । ସ୍ଥାନୀୟ ସରପଞ୍ଚ ଏହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇ ସ୍ବାସ୍ଥ୍ୟ ସେବା ଶିବିର ଉଦ୍ଦଘାଟନ କରିଥିଲେ ।

ସେପଟେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରଓଡାପଡା ବ୍ଲକ ସଦାଶିବପୁର ପଞ୍ଚାୟତର ବଉଳପୁର ଗ୍ରାମ କଲ୍ୟାଣ ମଣ୍ଡପ ପରିସରରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ବିଶାଳ ମାଗଣା ସ୍ଵାସ୍ତ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରପୂର୍ବତନ ବିଧାୟିକା ତଥା ବିଜେପି  କାର୍ଯ୍ୟ କାରିଣୀ ସଦସ୍ୟା ଅଞ୍ଜଳି ବେହେରା, ସଦାଶିବ ପୁର ସରପଞ୍ଚ ଧରିତ୍ରୀ ମଲ୍ଲିକ, ପୂର୍ବତନ ବ୍ଲକ ସଭାପତି ସୁନୀଲ କୁମାର ପାତ୍ର ସମାଜ ସେବୀ ତଥା ବଉଳ ପୁର ଗାଁ ସଭାପତି ରାଜେନ୍ଦ୍ର ନାରାୟଣ ରାଉତ, ବିଜେପି କର୍ମୀ ଚନ୍ଦନ ମହାଭୋଇ, ଲଷ୍ମୀଧର ସାହୁ, ବରିଷ୍ଟ ସମାଜ ସେବୀ ଆଦିତ୍ୟ ପ୍ରସାଦ ସାହୁଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇ ଶୁଭ ଆରମ୍ଭ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ସ୍ଵାସ୍ତ୍ୟସେବା ଶିବିରରେ ବାପୁଜୀ ଯୁବକସଙ୍ଘ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ସ୍ୱାସ୍ଥ୍ୟ ସେବାକୁ ସମସ୍ତ ପ୍ରକାର ରୋଗୀ ମାନଙ୍କୁ ସମସ୍ତ ସହଯୋଗ କରିଥିଲେ । ବିକାଶଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ଵାସ୍ତ୍ୟ ସେବା ଶିବିର ସଦାଶିବ ପୁର ପଞ୍ଚାୟତର ବଉଳ ପୁରଗ୍ରାମରେ ହୋଇଥିବାରୁ ପଞ୍ଚାୟତବାସୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ଅଧକ୍ଷା ମୃଦୁଳା ଠାକୁର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Sponsored
ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବିଶାଳ ମାଗଣା ସ୍ଵାସ୍ତ୍ୟ ଶିବିର ଅନୁଷ୍ଠିତ | Argus English