ବିଜେଡି ବିରୋଧରେ କ୍ରୋଧ ଜାହିର କଲେ ବିଜେପୁର ଜନତା

ବରଗଡ଼ : ବରଗଡ଼ ଜିଲ୍ଲାରେ ଚାଲୁନି ଆଇନର ଶାସନ । ବିଜେପୁରରେ ସିଭିଲ କୋର୍ଟ ଉଦଘାଟନ କରିପାରିଲେନି ହାଇକୋର୍ଟ ମୁଖ୍ୟ ବିଚାରପତି । ଘର ଦୁଆରେ ନ୍ୟାୟ ମିଳିବାର ଆଶା ଧୂଳିସାତ୍ କଲା କିଏ। ଲୋକଙ୍କ ଅଭିଯୋଗ, ଏ ଘଟଣାରେ ମନ୍ତ୍ରୀ ରୀତା ସାହୁ ଖଳନାୟକ। ପୂର୍ବରୁ ଅମ୍ବାଭୋନା ଥାନାରେ ସୁଶାନ୍ତ ସିଂଙ୍କ ଗୁଣ଼୍ଡା କରିଥିଲେ ଆତଙ୍କ। ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳର ରାଜରାସ୍ତାରେ ହିଂସା । କ୍ରୋଧ ଜାହିର କଲେ ଜନତା। ଲୋକଙ୍କ ସିଧାସିଧା ଅଭିଯୋଗ ଏ ଚକ୍ରାନ୍ତ ପଛରେ ମନ୍ତ୍ରୀ ରୀତା ସାହୁ ଓ ତାଙ୍କ ସମର୍ଥକ। ଅସ୍ଥାୟୀ ବସ ଷ୍ଟାଣ୍ଡରେ ଲାଗିଥିବା ମନ୍ତ୍ରୀ ରୀତା ସାହୁ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ଓ ପୋଷ୍ଟର କୁ ଲୋକେ ଚିରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଜେଡି କର୍ମୀ ଚାହୁଁଥିଲେ ମୁଖ୍ୟ ବିଚାରପତିଙ୍କ ସହ ମଞ୍ଚରେ ବସିଥାନ୍ତେ ମନ୍ତ୍ରୀ ରୀତା ସାହୁ। କିନ୍ତୁ ପ୍ରୋଟୋକଲ ଦୃଷ୍ଟିରୁ ଏହା ସମ୍ଭବ ନଥିଲା।
ମଞ୍ଚତଳେ ମନ୍ତ୍ରୀ ବସିବା ବିଜେଡି କର୍ମୀଙ୍କ ଅହମିକାକୁ ବାଧା ଦେଇଥିଲା। କାର୍ଯ୍ୟକ୍ରମ ସ୍ଥଳରେ ଗଣ୍ଡଗୋଳ କରିଥିଲେ ରୀତାଙ୍କ ସମର୍ଥକ। ଏପରିକି ମୁଖ୍ୟ ବିଚାରପତିଙ୍କ ପଦ ମର୍ଯ୍ୟାଦାକୁ ବି ଖାତିର କଲେନାହିଁ। ଅହଂକାରରେ ଅନ୍ଧ ବିଜେଡି କର୍ମୀଙ୍କ ଉଦ୍ଦାମତା ପାଇଁ ଭଣ୍ଡୁର ହେଲା କୋର୍ଟ ଉଦଘାଟନ। ଏ ପୂରା ଘଟଣାର ଖଳନାୟକ ତଥା ମନ୍ତ୍ରୀ ରୀତା ସାହୁଙ୍କ ଖାସ୍ କୁହାଯାଉଥିବା ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ ଓ NAC ଉପାଧ୍ୟକ୍ଷଙ୍କ ବିରୋଧରେ ଓକିଲ ସଂଘ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପୂର୍ବରୁ ଅମ୍ବାଭନା ଥାନାରେ ଜବରଦସ୍ତି ପଶି ପୋଲିସକୁ ମାଡ ମାରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ସମର୍ଥକ। 100ରୁ ଅଧିକ ଦୁବୃର୍ତ୍ତଙ୍କ ବିରୋଧରେ ଏଫଆଇଆର ହେଲା କିନ୍ତୁ ପ୍ରାୟ 20 ଜଣଙ୍କୁ ଗିରଫ କରିପାରିଲା ପୋଲିସ। ସେମାନଙ୍କୁ ବି ମିଳିଗଲା ଜାମିନ୍। ଏବେ ଖୋଦ୍ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକ୍ରମକୁ ଗଣ୍ଡଗୋଳ କରି ଭଣ୍ଡୁର କରିଦେଲେ ମନ୍ତ୍ରୀ ରୀତା ସାହୁଙ୍କ ସମର୍ଥକ। ବରଗଡ଼ରେ ବିଜେଡି କର୍ମୀ କଣ ଆଇନଠୁ ଉର୍ଦ୍ଦ୍ବରେ ? ନା ବରଗଡ଼ରେ ଆଉ ନାହିଁ ଆଇନର ଶାସନ ? ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସାମିଲ କରିବାକୁ ଓକିଲାତି କରୁଥିବା ଦଳର କର୍ମୀଙ୍କର ଏ କି ଆଚରଣ ? ନିଜ ନେତା ଓ କର୍ମୀଙ୍କୁ ଏହିପରି ଭଦ୍ର ଓ ନମ୍ରତାର ପାଠ ଶିଖାଇଥିଲେ କି ମୁଖ୍ୟମନ୍ତ୍ରୀ ? ବିଜେଡି ମୁଖିଆଙ୍କ ପାଖରେ ଅଛି ତ ଏ ଖବର ?
ଅଧିକ ପଢନ୍ତୁ ଓଡ଼ିଶା ଖବର