|
logo
Live

Argus News - ସମ୍ ଅଲ୍ଟିମେଟର ସଫଳତା, ନୂଆ ଜୀବନ ପାଇଲା କ୍ରିଷ୍ଣା

Odisha

ସମ୍ ଅଲ୍ଟିମେଟର ସଫଳତା, ନୂଆ ଜୀବନ ପାଇଲା କ୍ରିଷ୍ଣା

Jitendra Dash
Browse all articles by Jitendra Dash
·2 years ago·1 min read
ସମ୍ ଅଲ୍ଟିମେଟର ସଫଳତା, ନୂଆ ଜୀବନ ପାଇଲା କ୍ରିଷ୍ଣା

ଅର୍ଗସ ବ୍ୟୁରୋ : ସମ୍ ଅଲ୍ଟିମେଟର ସଫଳତା । ନୂଆ ଜୀବନ ପାଇଲା କ୍ରିଷ୍ଣା । ଖୋର୍ଦ୍ଧା ଜିଲ୍ଲା ରେତଙ୍ଗର ରିଙ୍କୁ ମହାପାତ୍ର ଓ ରଶ୍ମିତା ରଣାଙ୍କ ନବଜାତ ଶିଶୁପୁତ୍ର କ୍ରିଷ୍ଣା  ଜନ୍ମ ପରେ ନିଶ୍ବାସ ପ୍ରଶ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କରୁଥିଲା । ବିଭିନ୍ନ ହସ୍ପିଟାଲକୁ ଯାଇ ନିରାଶ ହେଲା ପରେ ଶେଷରେ ସମ୍ ଅଲ୍ଟିମେଟର ସର୍ଜନ ଡାକ୍ତର ରାଧା ମାଧବ ସାହୁ ଶିଶୁଟିର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । 

ଜନ୍ମରୁ ଶିଶୁର ଶ୍ବାସନଳିରେ ସମସ୍ୟା ଥିଲା । ଫଳରେ ଏମର୍ଜେନ୍ସି ସ୍ଥିତିରେ ପ୍ରଥମେ ଶିଶୁ ବିଭାଗ ଡାକ୍ତର ଅଜୟ କୁମାର ଗହନ ଦେଖିଥିଲେ । ପରେ ଇଏନଟି ବିଭାଗ ଡାକ୍ତର ରାଧା ମାଧବ ସାହୁଙ୍କ ନେତୃତ୍ବରେ ଶିଶୁର ପାଟି ପଟେ ପାଇପ୍ ଦେଇ ଚିକିତ୍ସା କରିଥିଲେ । ଶିଶୁଙ୍କୁ କ୍ଷେତ୍ରରେ ଏଭଳି ରୋଗ ଖୁବ୍ କମ ଦେଖା ଯାଉଥିବା ବେଳେ ବଞ୍ଚିବା ମଧ୍ୟ କଷ୍ଟକର ହୁଏ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ସମ୍ ଅଲଟିମେଟର ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହ ବିଜ୍ଞ ଡାକ୍ତରୀ ଦଳ ଶିଶୁଟିକୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଛନ୍ତି । ବର୍ତ୍ତମାନ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଭବିଷ୍ୟତରେ ମଧ୍ୟ କୌଣସି ସମସ୍ୟା ଦେଖା ଦେବନି ବୋଲି ଡାକ୍ତର କହିଛନ୍ତି । ଶିଶୁର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରାଯାଇଛି ।

Sponsored
ସମ୍ ଅଲ୍ଟିମେଟର ସଫଳତା, ନୂଆ ଜୀବନ ପାଇଲା କ୍ରିଷ୍ଣା | Argus English