Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସିଲା ସ୍କୁଲ୍ ବସ୍ ଗାଇଡଲାଇନ୍, ସ୍କୁଲ୍ ବସ୍ ଏବଂ ଭ୍ୟାନର ଆଗରେ ଏବଂ ପଛରେ ସ୍କୁଲ ବସ ବୋଲି ଲେଖାଯିବ

Odisha

ଆସିଲା ସ୍କୁଲ୍ ବସ୍ ଗାଇଡଲାଇନ୍, ସ୍କୁଲ୍ ବସ୍ ଏବଂ ଭ୍ୟାନର ଆଗରେ ଏବଂ ପଛରେ ସ୍କୁଲ ବସ ବୋଲି ଲେଖାଯିବ

Jitendra Dash
Browse all articles by Jitendra Dash
·2 years ago·1 min read
ଆସିଲା ସ୍କୁଲ୍ ବସ୍ ଗାଇଡଲାଇନ୍, ସ୍କୁଲ୍ ବସ୍ ଏବଂ ଭ୍ୟାନର ଆଗରେ ଏବଂ ପଛରେ ସ୍କୁଲ ବସ ବୋଲି ଲେଖାଯିବ

ଅର୍ଗସ ବ୍ୟୁରୋ : ଆସିଲା ସ୍କୁଲ୍ ବସ୍ ଗାଇଡଲାଇନ୍ । ସ୍କୁଲ୍ ବସ୍ ଏବଂ ଭ୍ୟାନର ଆଗରେ ଏବଂ ପଛରେ ସ୍କୁଲ ବସ ବୋଲି ଲେଖାଯିବ । ଗାଡ଼ି ଭଡାରେ ଆସିଥିଲେ ଅନ୍ ସ୍କୁଲ ଡ୍ୟୁଟି ଲେଖିବାକୁ ବାଧ୍ୟ । ଗାଡିରେ ଫାଷ୍ଟ ଏଡ୍ ବକ୍ସ ରହିବା ଜରୁରୀ । ଝରକାରେ ଭୂସମାନ୍ତର ଗ୍ରୀଲ୍ ଲାଗିଥିବା ଜରୁରୀ । ଗାଡି ଡ୍ରାଇଭର ସ୍ପିଡ୍ ୫୦ କିମି ଭିତରେ ରଖିବାକୁ ନିର୍ଦ୍ଦେଶ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବସରେ ସ୍କୁଲ୍‌ର ନାଁ ଏବଂ ଟେଲିଫୋନ୍ ନମ୍ବର ନଶ୍ଚିତ ଭାବେ ଲେଖା ରହିବ । ସ୍କୁଲ୍‌ ବସର ଡୋର୍‌ରେ ସୁବିଧାରେ ଖୋଲୁଥିବା ଲକ ଲାଗିଥିବ । ଡ୍ରାଇଭରଙ୍କ ଲାଇସେନ୍ସ୍ ଥିବ, ଅତି କମରେ ୫ ବର୍ଷର ଅଭିଜ୍ଞତା ରହିବା ଜରୁରୀ । ପ୍ରତି ବସରେ ଅତି କମ୍‌ରେ ଜଣେ କଣ୍ଡକ୍ଟର ରହିବେ । ବ୍ୟାଗ୍ ରଖିବା ପାଇଁ ସିଟ୍ ମଝିରେ ସ୍ପେଶ୍ ରହିବା ଦରକାର । ସବୁ ଗାଡିର ବାର୍ଷିକ ଫିଟନେସ୍ ସାର୍ଟିଫିକେଟ୍ ରହିବା ଦରକାର । ଡ୍ରାଇଭର ଓ କଣ୍ଡକ୍ଟର ୟୁନିଫର୍ମ ପରିଧାନ କରିବା ଜରୁରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar school bus guidelines | Argus English