|
logo
Live

Argus News - ଭୁବନେଶ୍ବର ଗଣ୍ଡମୁଣ୍ଡାରୁ ଲୁଟ୍‌

Odisha

ଭୁବନେଶ୍ବର ଗଣ୍ଡମୁଣ୍ଡାରୁ ଲୁଟ୍‌

Jitendra Dash
Browse all articles by Jitendra Dash
·2 years ago·1 min read
ଭୁବନେଶ୍ବର ଗଣ୍ଡମୁଣ୍ଡାରୁ ଲୁଟ୍‌

ଅର୍ଗସ ବ୍ୟୁରୋ : ଭୁବନେଶ୍ବର ଗଣ୍ଡମୁଣ୍ଡାରୁ ଲୁଟ୍‌ । ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରୁ ଲୁଟ୍ ହୋଇଛି । ଘରେ ଶୋଇଥିବା ବେଳେ ଭୋର 5ଟା ସମୟରେ କଳାକନା ବୁଲାଇଛନ୍ତି ଦୁବୃର୍ତ୍ତ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଘରୁ ପ୍ରାୟ ଦେଢ଼ ଲକ୍ଷ ନଗଦ ଟଙ୍କା ଓ ୮ ଲକ୍ଷ ଟଙ୍କାର ଗହଣା ଲୁଟ୍‌ ନେଇ ଅଭିଯୋଗ ହୋଇଛି । ସବୁଠୁ ବଡ଼ କଥା ହେଲା, ଲୁଟ୍‌ ସମୟରେ ସ୍ବାମୀ, ସ୍ତ୍ରୀ ଯେଉଁ ରୁମ୍‌ରେ ଶୋଇଥିଲେ ସେହି ରୁମ୍‌ରେ କଳାକନା ବୁଲାଇଛନ୍ତି ଦୁବୃର୍ତ୍ତ । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥର ଲୁଟେରାଙ୍କ ଟାର୍ଗେଟ ପାଲଟିଛନ୍ତି ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମା । ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ତାଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି। ସେମାନେ ତାଙ୍କ ଘରୁ ପ୍ରାୟ ଦେଢ଼ ଲକ୍ଷ ନଗଦ ଟଙ୍କା ଓ ୮ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଏନେଇ ଛୋଟେଲାଲ ଶର୍ମା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଲୁଟେରାଙ୍କ ଟେର ମିଳି ପାରୁଛି ନା ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ ।

Sponsored
ଭୁବନେଶ୍ବର ଗଣ୍ଡମୁଣ୍ଡାରୁ ଲୁଟ୍‌ | Argus English