|
logo
Live

Argus News - ୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଠକି ଥିଲା ଲେଡି ୪୨୦

Odisha

୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଠକି ଥିଲା ଲେଡି ୪୨୦

Jitendra Dash
Browse all articles by Jitendra Dash
·2 years ago
୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଠକି ଥିଲା ଲେଡି ୪୨୦

ଅର୍ଗସ ବ୍ୟୁରୋ : ନୟାପଲି ପୋଲିସ ଜାଲରେ ଲେଡି ୪୨୦ । ୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଚୁନା ଲଗାଇଥିଲା ଲେଡି ୪୨୦ । ଏହି ଲେଡ଼ି ୪୨୦ ବା ଶୁଭଶ୍ରୀ ବାରିକଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ । ଓଲା ଗାଡି ଭଡାରେ ନେଇ ରାଜଧାନୀରେ ଘୁରି ବୁଲେ, ବିଭିନ୍ନ ପ୍ରକାର ବାହାନା ଦେଖାଇ ଛୁ ମାରେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପାଖାପାଖି ମାସେ ହେବ ଏଭଳି ତରିକା ଆପଣାଇ ଓଲା ଡ୍ରାଇଭରଙ୍କୁ ଚୁନା ଲଗାଉଥିଲା ଏହି ଠକ । ଶେଷରେ ଆଜି କିଛି ଓଲା ଡ୍ରାଇଭର ଏହି ଠକ ଯୁବତୀଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି । ଏକାଧିକ ଓଲା ଡ୍ରାଇଭର ଆଜି ନୟାପଲି ଥାନାରେ ଦ୍ୱାରସ୍ଥ ହୋଇ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଠକି ଥିଲା ଲେଡି ୪୨୦ | Argus English