ହାତୀକୁ ଜଗିବ ହାତୀ
·2 years ago

ଅର୍ଗସ ବ୍ୟୁରୋ : ହାତୀଙ୍କୁ ଜଗିବ ହାତୀ । ବଣୁଆ ଓ ହିଂସ୍ର ହାତୀଙ୍କୁ ଘଉଡ଼ାଇବା ପାଇଁ ନିୟୋଜନ ହେବେ ଟ୍ରେନଡ ହାତୀ । ସେଥିଲାଗି ପ୍ରଥମ ପର୍ଯ୍ୟାୟରେ ଚନ୍ଦକା, ସାତକୋଶିଆ, କପିଳାସ ଓ ଶିମିଳିପାଳ ଭଳି ରାଜ୍ୟର ୪ଟି ସ୍ଥାନରେ ଦିଆଯିବ ହାତୀ ଙ୍କୁ ପ୍ରଶିକ୍ଷଣ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଖୁବ ଶୀଘ୍ର ଏହା ଆରମ୍ଭ ହେବାକୁ ଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଦେବ୍ରିଗଡ ଅଭୟାରଣ୍ୟରେ ମଧ୍ୟ ହାତୀ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ । ଯୋଜନା ପାଇଁ ବନ ବିଭାଗକୁ ଘାରିଛି ମାହୁନ୍ତ ଚିନ୍ତା । ରାଜ୍ୟରେ ମାହୁନ୍ତ ଅଭାବ ଥିବାରୁ ବାହାର ରାଜ୍ୟ ମାହୁନ୍ତଙ୍କ ଜରିଆରେ ହାତୀଙ୍କୁ ପ୍ରଶିକ୍ଷଣ ଦିଆଯିବାକୁ ଯୋଜନା କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: