Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜଧାନୀର ଛାତିରେ ଅଳିଆ ପାହାଡ଼

Odisha

ରାଜଧାନୀର ଛାତିରେ ଅଳିଆ ପାହାଡ଼

Jitendra Dash
Browse all articles by Jitendra Dash
·2 years ago·1 min read
ରାଜଧାନୀର ଛାତିରେ ଅଳିଆ ପାହାଡ଼

ଅର୍ଗସ ବ୍ୟୁରୋ : ରାଜଧାନୀର ଛାତିରେ ଅଳିଆ ପାହାଡ଼ । ନା ରହି ହେଉଛି ନା ସହି ହେଉଛି । ଭୁବନେଶ୍ବର ଗାଢକଣ ଡମ୍ପିୟାର୍ଡକୁ ନେଇ ଲୋକଙ୍କ ମନରେ ଦୀର୍ଘ ଦିନରୁ କୁହୁଳୁଥିବା ନିଆଁ ଆଜି ଉଗ୍ର ହୋଇଛି । ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସତ୍ୟାଗ୍ରହ ଆରମ୍ଭ କରିଛି ବିଜେପି । ଅଳିଆ ଓ ଆବର୍ଜନାର ପାହାଡ଼କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ବିଜେପିର ଏହି ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବାରମ୍ବାର ଅଭିଯୋଗ ପରେ ବି ବିଏମସି ଚୁପ ବସିଥିବାରୁ ଏବେ ଚରମ ପଦକ୍ଷେପ ନେବାକୁ ଚେତାବନୀ ଦେଇଛି ବିଜେପି । ଭୁବନେଶ୍ବର ଗାଢକଣ ଡମ୍ପିୟାର୍ଡର ଦୁର୍ଗନ୍ଧରେ ଅତିଷ୍ଠ ସ୍ଥାନୀୟ ଜନସାଧାରଣ । ଆବର୍ଜନାର ଦୁର୍ଗନ୍ଧ କାରଣରୁ ପ୍ରଭାବିତ ହୋଇଛି ଜନଜୀବନ । ଛୋଟଛୁଆଠାରୁ ଆରମ୍ଭ କରି ଗର୍ଭବତୀ, ବୟସ୍କ ବ୍ୟକ୍ତିମାନେ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାର ପ୍ରତିବାଦରେ ପୂର୍ବରୁ ଇଛାମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ ଅଞ୍ଚଳବାସୀ । ବଜେପି ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ସ୍ଥାୟୀ ସମାଧାନ ଦାବିରେ ଆଜିଠୁ ସତ୍ୟାଗ୍ରହ ଆରମ୍ଭ କରିଛି ବିଜେପି । ଗାଢକଣର ଅଳିଆକୁ ନେଇ ଲୋକେ ଅତିଷ୍ଟ ହୋଇପଡ଼ିଥିବା ବେଳେ ବିଏମସିର ମଧ୍ୟ ବଢ଼ିଛି ମୁଣ୍ଡବିନ୍ଧା । କେବେ ଏହାର ସ୍ଥାୟୀ ସମାଧାନ ହେଉଛି ଦେଖିବାକୁ ଅପେକ୍ଷା ।
 

Sponsored
bhubaneswar dumping yard issue | Argus English