Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍ମାର୍ଟସିଟିରେ ଅସହ୍ୟ ହେଲାଣି ଡମ୍ପିଂୟାର୍ଡ ଯନ୍ତ୍ରଣା

Odisha

ସ୍ମାର୍ଟସିଟିରେ ଅସହ୍ୟ ହେଲାଣି ଡମ୍ପିଂୟାର୍ଡ ଯନ୍ତ୍ରଣା

Jitendra Dash
Browse all articles by Jitendra Dash
·2 years ago·1 min read
ସ୍ମାର୍ଟସିଟିରେ ଅସହ୍ୟ ହେଲାଣି ଡମ୍ପିଂୟାର୍ଡ ଯନ୍ତ୍ରଣା

ଅର୍ଗସ ବ୍ୟୁରୋ : ଡମ୍ପିଂୟାର୍ଡ ମାମଲାକୁ ନେଇ ବିଏମସିକୁ ରାଜ୍ୟ ମାନବାଧିକାର କମିଶନଙ୍କ ନୋଟିସ । ଗାଡ଼କଣ ଅଞ୍ଚଳବାସୀଙ୍କ ଯନ୍ତ୍ରଣା ବଢ଼ାଉଛି ଅଳିଆ ଆବର୍ଜ୍ଜନାର ପାହାଡ଼ । ଶୀତ ଋତୁ ଆରମ୍ଭରେ ସ୍ଥାନୀୟ ଅଞ୍ଚଳରେ ମାଡିଲାଣି ଚର୍ମରୋଗ । ସ୍ଵାସ୍ଥ୍ୟ ବିଭାଗର କୌଣସି ଅଧିକାରୀ କିମ୍ବା ଟିମର ଦେଖାନାହିଁ । ଆଞ୍ଚଳିକ ସୁରକ୍ଷା ମଞ୍ଚ ଏହାକୁ ବିରୋଧ କରିବା ସହିତ ଗାଡ଼କଣ ଧୀରକୁଟ ବସ୍ତି ଅଞ୍ଚଳରେ ଯାଦୁ ମଲମ ବାଣ୍ଟି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛି । ଅଳିଆ ଆବର୍ଜ୍ଜନାର ନର୍କ ଯନ୍ତ୍ରଣାରୁ ମୁକ୍ତି ଦେବା ସହ ଯଥା ସମ୍ଭବ ଡମ୍ପିଂୟାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗାଡ଼କଣ ଡମ୍ପିଂୟାର୍ଡକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପହଁଚିଛି ମାମଲା । ମଞ୍ଚେଶ୍ଵର ରେଲୱେ କଲୋନୀର ଜଣେ ବ୍ୟକ୍ତି ଏନେଇ ଓଏଚଆରସିଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ କମିଶନ ବିଏମସିକୁ ରିପୋର୍ଟ ତଲବ କରିଛନ୍ତି । ଡିସେମ୍ବର ୧୧ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବା ସହିତ ଡିସେମ୍ବର ୧୪ ତାରିଖରେ ଏହାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି କମିଶନ୍ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ନିର୍ଦ୍ଦେଶନାମା ପାଇଲେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଅଳିଆ ଆବର୍ଜ୍ଜନା ଉଠାଇବାରେ କାହିଁକି ବିଳମ୍ବ ହେଉଛି ତା’ର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ । କେବେ ଗାଡ଼କଣ ଡମ୍ପିଂୟାର୍ଡ ସମସ୍ୟାର ହେବ ସମାଧାନ । ଅଳିଆ ଆବର୍ଜ୍ଜନାର ଦୁର୍ଗନ୍ଧରୁ କେବେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମିଳିବ ମୁକ୍ତି ତାକୁ ଅପେକ୍ଷା ।


 

Sponsored
bhubaneswar dumping yard issue | Argus English