Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶାରେ ଅନଲାଇନରେ ବି ଚାଲିଛି ଡ୍ରଗ୍ସ କାରବାର !

Odisha

ଓଡ଼ିଶାରେ ଅନଲାଇନରେ ବି ଚାଲିଛି ଡ୍ରଗ୍ସ କାରବାର !

Jitendra Dash
Browse all articles by Jitendra Dash
·2 years ago·1 min read
ଓଡ଼ିଶାରେ ଅନଲାଇନରେ ବି ଚାଲିଛି ଡ୍ରଗ୍ସ କାରବାର !

ଅର୍ଗସ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ବଢୁଛି ନିଶା କାରବାର । ନିଶାର ଚରା ଭୂଇଁ ପାଲଟିବାରେ ଲାଗିଛି ଆମ ରାଜ୍ୟ ଓଡ଼ିଶା । ଆଉ ନିଶା କବଳରେ ପଢୁଛନ୍ତି ଯୁବପିଢି  । ନିଶା କାରବାର କରିବାର ନୂଆ ନୂଆ ପ୍ଲାନ ରଚୁଛନ୍ତି ଡ୍ରଗ୍ସ ମାଫିଆ । କେତେବେଳେ ଗାଡ଼ି ଡ଼ିକିରେ ତ  କେତେବେଳେ ଜାହଜ ଭିତରେ ହୋଇଛି ନିଶା କାରବାର । ଆଉ ଏବେ ନୂଆ ନୀତି ଆପଣାଇଛନ୍ତି ଡ଼୍ରଗ୍ସ ମାଫିଆ । 

ଏବେ ଓଡ଼ିଶାରେ ବେଧଡ଼କ ଚାଲିଛି ଡ୍ରଗ୍ସ କାରବାର । ଆଉ ଅନଲାଇନରେ ବି ମିଳିଲାନି ଡ଼୍ରଗ୍ସ । ଯାହାକୁ ଚିନ୍ତା ପ୍ରକଟ କଲେଣି ରାଜ୍ୟ ପୋଲିସ କମିଶନର । ଏ ନେଇ ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଉଦବେଗ ପ୍ରକାଶ କରିଛନ୍ତି କମିଟି ସଦସ୍ୟ ତଥା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି, ସ୍ବିଗି ପରି ଫୁଡ ଡେଲିଭରି ସଂସ୍ଥାକୁ ଡ୍ରଗ୍ସ ମଗାଇ ତାହାର ବ୍ୟବହାର କରାଯାଉଛି । କାରଣ ସେମାନେ ଯୋଗାଉଥିବା ପ୍ୟାକେଟରେ କଣ ଅଛି, ତାହା ପଚାରିବାର ଅଧିକାର ସ୍ବିଗିରେ ନାହିଁ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଆହୁରି କହିଛନ୍ତି, ପୂର୍ବରୁ କେବଳ ସହରରେ ଡ୍ରଗ୍ସ ମିଳୁଥିଲା । ହେଲେ ଏବେ ଉପାନ୍ତ ଅଞ୍ଚଳକୁ ବ୍ୟାପିଲାଣି । ସେହିପରି ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀ ହିଁ ଡ୍ରଗ୍ସ ନେଉଥିଲେ । ହେଲେ ଏବେ ତାହା ସବୁ କଲେଜକୁ ବ୍ୟାପିଲାଣି । ତେବେ ଏନ୍ଫୋର୍ସମେଣ୍ଟ ବଢ଼ିଥିବାରୁ ପ୍ରତି ବର୍ଷ ସିଜର ବଢ଼ୁଛି । ଭାରତକୁ ନିଶାମୁକ୍ତ କରିବା ପାଇଁ କମିଟିକୁ ଯୁବପିଢ଼ିଙ୍କ ସମେତ ସ୍କୁଲ କଲେଜ ଯାଇ ପିଲାମାନଙ୍କୁ ସଚେତନ କରିବାକୁ ପଡ଼ିବ ବୋଲି କହିଛନ୍ତି ।

Sponsored
Online food delivery platforms used by drug peddlers: Bhubaneswar-Cuttack Police Commissioner | Argus English