Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାତିଛନ୍ତି ସାଇବର ଠକ୍, ବିବାହ ଆଶାୟୀ ଯୁବକଙ୍କୁ ଚୂନ ଲଗାଉଛନ୍ତି ସାଇବର ଠକ

Odisha

ମାତିଛନ୍ତି ସାଇବର ଠକ୍, ବିବାହ ଆଶାୟୀ ଯୁବକଙ୍କୁ ଚୂନ ଲଗାଉଛନ୍ତି ସାଇବର ଠକ

Jitendra Dash
Browse all articles by Jitendra Dash
·2 years ago·1 min read
ମାତିଛନ୍ତି ସାଇବର ଠକ୍, ବିବାହ ଆଶାୟୀ ଯୁବକଙ୍କୁ ଚୂନ ଲଗାଉଛନ୍ତି ସାଇବର ଠକ

ଅର୍ଗସ ବ୍ୟୁରୋ : କମିଶନରେଚଟ ପୋଲିସ ଜାଲରେ ପଡ଼ିଛି ଏମିତି ଜଣେ ଠକ । ଶିକ୍ଷାଗତ ଯୋଗ୍ୟତା ମାତ୍ର ନବମ ପାସ୍ । କିନ୍ତୁ ଏକାଧିକ ଯୁବକଙ୍କଠାରୁ  ଲକ୍ଷାଧିକ ଟଙ୍କା ହଡ଼ପ କରିନେଇଛି ଠକ । ନିଜ ପତ୍ନୀ ଦୀପା ପ୍ରଧାନ ନାଁରେ ଅଭିଯୁକ୍ତ ମେଟ୍ରିମୋନିଆଲ ସାଇଟରେ ରେଜିଷ୍ଟ୍ରେସନ କରିଥିଲା । ସାଇଟରେ ନିଜ ହ୍ବାଟସଆପ ନମ୍ବର ଦେଇଥିଲା ଅଭିଯୁକ୍ତ । ଯୋଗାଯୋଗ କରୁଥିବା ଯୁବକଙ୍କ ସହ ଚାଟ କରିବାସହ ବାପାଙ୍କ ଦେହ ଖରାପ କଥା କହି ଟଙ୍କା ମାଗିଥିଲା ଦୀପା । ପ୍ରାୟ ୩ ଲକ୍ଷ ୧୮ ହଜାର ଟଙ୍କା ନେବା ପରେ ସନ୍ଦେହ ହେବାରୁ ସାଇବର ଥାନାରେ ଏତଲା ଦେଇଥିଲେ ଅଭିଯୋଗକାରୀ । ତଦନ୍ତ ପରେ ଅଭିଯୁକ୍ତ ନୃସିଂହ ବିଶ୍ୱାସକୁ ଗିରଫ କରିଛି । ଅଭିଯୁକ୍ତଠାରୁ ୧ ଲକ୍ଷ ୬୧ ହଜାର ଟଙ୍କା ସହ ୫ ଟି ATM କାର୍ଡ ଓ ମୋବାଇଲ ଜବତ କରିଛି ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମାଟ୍ରିମୋନି ସାଇଟରେ ବିଭିନ୍ନ ଫେକ୍ ସୁନ୍ଦରୀ ଝିଅଙ୍କ ଫଟେ ଲଗାଇ ପ୍ରୋଫାଇଲ୍ ବନାଇବା ପରେ ଯୁବକଙ୍କୁ ଟାର୍ଗେଟ୍ କରୁଥିଲା ଠକ । ଘଟଣା ସାମ୍ନାକୁ ଆସିବା ପରେ ଏହି ନାଁରେ ଆଉ କେହି ଠକେଇର ଶିକାର ହୋଇଛନ୍ତି କି ନାହିଁ, ସେନେଇ ତଦନ୍ତ କରୁଛି ପୋଲିସ । ଏହାସହ ମେଟ୍ରିମୋନିଆଲ ସାଇଟକୁ ମଧ୍ୟ ଚିଠି ଲେଖି ତଥ୍ୟ ମାଗିଛି କମିଶନରେଟ ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇଣ୍ଟରନେଟର ବ୍ୟବହାର ବଢିବା ସହ ବଢିଚାଲିଛି ସାଇବର ଲୁଟେରାଙ୍କ ସଂଖ୍ୟା । ପୂର୍ବରୁ ରାଜଧାନୀରେ ସାଇବର ଠକ ବିଭିନ୍ନ ଆଳ ଦେଖାଇ ଲୋକଙ୍କଠାରୁ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ଆସିଛି । ଏବେ ମାଦ୍ରିମୋନି ସାଇଟ ପରି ସୋସିଆଲ ସର୍ଭିସ ପ୍ରଦାନକାରୀ ସାଇଟ ଗୁଡ଼ିକୁ ମଧ୍ୟ ସାଇବର ଠକମାନେ ମାଧ୍ୟମ କରୁଥିବାରୁ ସତର୍କ ରହିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Sponsored
bhubaneswar cyber crime | Argus English