|
logo
Live

Argus News - ଭୁବନେଶ୍ବର କଂଗ୍ରେସ ଭବନ ସମ୍ମୁଖରେ ଅଭିନବ ସତ୍ୟାଗ୍ରହ କରିଛି କଂଗ୍ରେସ

Odisha

ଭୁବନେଶ୍ବର କଂଗ୍ରେସ ଭବନ ସମ୍ମୁଖରେ ଅଭିନବ ସତ୍ୟାଗ୍ରହ କରିଛି କଂଗ୍ରେସ

Jitendra Dash
Browse all articles by Jitendra Dash
·2 years ago·1 min read
ଭୁବନେଶ୍ବର କଂଗ୍ରେସ ଭବନ ସମ୍ମୁଖରେ ଅଭିନବ ସତ୍ୟାଗ୍ରହ କରିଛି କଂଗ୍ରେସ

ଅର୍ଗସ ବ୍ୟୁରୋ : ଶ୍ରୀ ମନ୍ଦିର ଚାରି ଦ୍ଵାର ଖୋଲିବା ଦାବିରେ କଂଗ୍ରେସର ଧାରଣା । ଭୁବନେଶ୍ବର କଂଗ୍ରେସ ଭବନ ସମ୍ମୁଖରେ ଅଭିନବ ଢ଼ଙ୍ଗରେ ଚତୁର୍ଦ୍ଧା ବିଗ୍ରହ ରଖି ସଂକୀର୍ତ୍ତନ ସତ୍ୟାଗ୍ରହ କରିଛି କଂଗ୍ରେସ । ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ଶ୍ରୀମନ୍ଦିରର ଚାରିଟି ଜାକ ଦ୍ଵାରା ଖୋଲିବା ପାଇଁ ଲଗାତାର ଭାବେ ଦାବି ହୋଇଆସୁଛି । ଏହି କ୍ରମରେ କଂଗ୍ରେସ ମଧ୍ୟ ପୁରୀ ସମେତ ରାଜ୍ୟ ସାରା ସତ୍ୟାଗ୍ରହ କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ମରାମତି କରିବା ସହ ମହାପ୍ରଭୁଙ୍କ ଅମୂଲ୍ୟ ରତ୍ନ ଅଳଙ୍କାର ଗୁଡ଼ିକର ଗଣତି କରିବା ପାଇଁ ଜୋର ଧରିଲା ଦାବି । ବେଦାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଏବଂ ଚାଷୀଙ୍କ ଚାଷ ଜମି ତୁରନ୍ତ ଫେରସ୍ତ କରିବା ପାଇଁ ଦାବି କରିଛି କଂଗ୍ରେସ । ୬ ଦଫା ଦାବି ଏ ନେଇ ଆଜି କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ସଙ୍କୀର୍ତ୍ତନ ସତ୍ୟାଗ୍ରହ ହେଉଛି । କଂଗ୍ରେସ ପକ୍ଷରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ସଂକୀର୍ତ୍ତନ ଚାଲିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭୁବନେଶ୍ବର କଂଗ୍ରେସ ଭବନ ସମ୍ମୁଖରେ ଅଭିନବ ସତ୍ୟାଗ୍ରହ କରିଛି କଂଗ୍ରେସ | Argus English