ଘର ମୁହଁରୁ ଗୋଲ କରୁଥିଲେ ରୟାଲ ଏନଫିଲଡ୍ ବୁଲେଟ, ଗିରଫ ହେଲା ୩ ଜଣିଆ ଗ୍ୟାଙ୍ଗ

ଅର୍ଗସ ବ୍ୟୁରୋ : ଜବତ ୨୩ଟି ଦାମୀ ଗାଡି । ଗିରଫ ହୋଇଥିବା ୩ ଜଣିଆ ଗ୍ୟାଙ୍ଗ । ଏମାନେ ହେଲେ ରାଜଧାନୀ ଛାତିରେ ବାଇକ୍ ଲୁଟୁଥିବା କୁଖ୍ୟାତ ଲୁଟେରା । ରାଜଧାନୀର ରାତିରେ କରୁଥିଲେ ରାଜୁତି | ଘର ବାହାରେ ଥୁଆ ହୋଇଥିବା ଗାଡି କିମ୍ବା ସୁନ୍ ସାନ ଜାଗାରେ ଥିବା ଗାଡିକୁ ଏମାନେ ଆଖି ପିଛୁଳାକେ କରୁଥିଲେ ଗାୟବ । ଆଉ ପ୍ରତି ମୁହୂର୍ତ୍ତରେ ପୋଲିସକୁ ଦେଉଥିଲେ ଚକମା । ଖାସ କରି ଏମାନଙ୍କ ଟାର୍ଗେଟରେ ଥିଲା ରୟାଲ ଏନଫିଲଡ୍ ବୁଲେଟ । ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଲୁଟେରାଙ୍କ ନାଁରେ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରହିଛି ମାଳମାଳ ଅଭିଯୋଗ । ଭୁବନେଶ୍ବର କମିଶନରେଟ ପୋଲିସର ବିଭିନ୍ନ ଥାନାରେ ୮ଟି ମାମଲା ରହିଛି । ସମସ୍ତ ଅଭିଯୁକ୍ତ ନୟାଗଡ ଅଞ୍ଚଳର ବୋଲି ଜଣାପଡିଛି । ଏମାନଙ୍କ ଠାରୁ ୧୪ଟା ରୟଲ ଇଂଫିଲ୍ଡ , ୪ଟି R15, ୩ଟି ପଲସର ଭଳି ମୋଟ ୨୩ଟି ବାଇକ ଜବତ କରିଛି ପୋଲିସ । ଇଏ ତ କେବଳ ଗୋଟିଏ ଗ୍ୟାଙ୍କ୍ ରାଜଧାନୀରେ ସକ୍ରିୟ ଅଛନ୍ତି ଏଭଳି ଅନେକ ବାଇକ ଲୁଟେରା ଗ୍ୟାଙ୍ଗ୍ ।