ରାଜ୍ୟ ସରକାରଙ୍କ ପାଇଁ ବିପଦ ସୃଷ୍ଟି, ଯାହାକି ସାଧାରଣ ଜନତାଙ୍କୁ ଅତ୍ୟବ୍ୟସ୍ତ କରିସାରିଲାଣି

ଅର୍ଗସ ବ୍ୟୁରୋ : ଦୁର୍ନୀତି, ଭ୍ରଷ୍ଟାଚାର,ବ୍ୟଭୀଚାରର ପାହାଡ’ରାଜ୍ୟର ଶାସନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିସାରିଛି, ଯାହାକି ସାଧାରଣ ଜନତାଙ୍କୁ ଅତ୍ୟବ୍ୟସ୍ତ କରିସାରିଲାଣି । ଗୋଟିଏ ପଟେ ରାଜଧାନୀରେ ବିଏମସି ପ୍ରଶାସନ ସ୍ଥାଣୁ ପାଲଟି ସାରିଥିବାବେଳେ ଅନ୍ୟ ପଟେ ରାଜ୍ୟ ସରକାର ଅନ୍ଧ, ମୁକ, ବଧିର ପାଲଟିଛନ୍ତି । ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ବର୍ତ୍ତମାନ ଭୁବନେଶ୍ୱରରେ ଏକ ଜନଆନ୍ଦୋଳନ ରେ ପରିଣତ ହେଲାଣି ।
ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ୱରବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡିଛି । ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତ ‘ଅସ୍ଥାୟୀ ଡମ୍ପିଂ ୟାର୍ଡ’ଆଜି ‘ସ୍ଥାୟୀ ଡମ୍ପିଂ ୟାର୍ଡ’ରେ ପରିଣତ ହୋଇ କୃତ୍ରିମ ପାହାଡର ଭ୍ରମ ସୃଷ୍ଟି କରିଛି । ଅଳିଆ ଆବର୍ଜନାପୂର୍ଣ୍ଣ ଏହି କୃତ୍ରିମ ପାହାଡରୁ ନିର୍ଗତ ଅସହ୍ୟ ର୍ଦୁଗନ୍ଧ କାରଣରୁ ଲୋକଙ୍କ ଜୀବନ ଅତିଷ୍ଠ ହୋଇପଡିଛି । ଲୋକେ ଗୃହ ବନ୍ଦୀ ହୋଇ ରହିଛନ୍ତି । ଏହାକୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସୈନିକ ସ୍କୁଲ ସମ୍ମୁଖରେ ଆରମ୍ଭ ହୋଇଥିବା ସତ୍ୟାଗ୍ରହ ଆଜି ୧୬ ଦିନରେ ପହଁଚିଛି । ବିଏମସି ଜନବସତି ମଧ୍ୟରେ ଅଳିଆ ପାହାଡ କରିନିତ, ଲୋକଙ୍କ ମୃତ୍ୟୁ ଲାଗି ଶଯ୍ୟା ପସ୍ତୁତ କରିଛି । ସ୍ଥାନୀୟ ଜନସାଧାରଣ ଏହି ଅଞ୍ଚଳ ଛାଡ଼ିବାରେ ଲାଗିଲେଣି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଏଣୁ ଏହି ସତ୍ୟାଗ୍ରହକୁ ଭୁବନେଶ୍ୱରବାସୀଙ୍କ ବିପୁଳ ସମର୍ଥନ ଦେଖିବାକୁ ମିଳୁଛି, ଏପରିକି ଏଥିରେ ସ୍ଥାନୀୟ ଜନସାଧାରଣ ଆସି ଜୋଡ଼ି ହେଉଛନ୍ତି ଓ ବିଭିନ୍ନ ଅନୁଷ୍ଠାନ ଆସି ମଧ୍ୟ ସତ୍ୟାଗ୍ରହରକୁ ସମର୍ଥନ କରୁଛନ୍ତି । ଅସୁସ୍ଥ ପରିବେଶ,ବାୟୁ ପ୍ରଦ୍ୟୁଷଣ ଓ ଅସହ୍ୟ ର୍ଦୁଗନ୍ଧ କାରଣରୁ ସ୍ଥାନୀୟ ଅଂଚଳବାସୀ ଘରର କବାଟ ବନ୍ଦ କରି ରହିବା ସହିତ ମୁହଁରେ ମାସ୍କ ପିନ୍ଧୁଛନ୍ତି । ଏପରିକି ଚର୍ମରୋଗ, ଶ୍ୱାସରୋଗ ଓ କ୍ୟାନସର ଭଳି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଏଭଳି ଅମାନୁଷିକ ପଦକ୍ଷେପ ନେବା କାରଣରୁ ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ପକ୍ଷରୁ ‘ଡମ୍ପିଂ ୟାର୍ଡ’କୁ ନେଇ ସତ୍ୟାଗ୍ରହ ରେ ବସିଛି । ଆଜିର ଏହି ସତ୍ୟାଗ୍ରହ ରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ,ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ସମେତ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପିର ସମସ୍ତ ନେତୃତ ଉପସ୍ଥିତ ଥିଲେ ।