ପାଖେଇ ଆସୁଛି ନିର୍ବାଚନ, ବିଜେଡ଼ି ରାଜନୀତିର ଛାତ୍ର ସାରଥୀ

ଅର୍ଗସ ବ୍ୟୁରୋ : ନିର୍ବାଚନ ସମୟ ଯେତେ ପାଖରେ ଆସୁଛି, ବିଜେଡ଼ିର ଚିନ୍ତା ସେତେ ବଢୁଛି । ୨୪ ନିର୍ବାଚନ ପାର ହେବା ପାଇଁ ଦଳ ଆପଣାଉଛି ନୂଆନୂଆ ରଣନୀତି । କେତେବେଳେ ପଦଯାତ୍ରା କରି ବିଜେଡ଼ି ନେତା ଓ କର୍ମୀ ବୁଲୁଛନ୍ତି ତ ଆଉ କେତେବେଳେ ଜନସମାବେଶ ପଦଯାତ୍ରା କରି ବୁଳୁଛନ୍ତି । କିନ୍ତୁ ଏହି ଜନସମାବେଶ ପଦଯାତ୍ରାରେ ଦେଖିବାକୁ ମିଳିଥିଲା ଅଦୁଭୁତ ଦୃଶ୍ୟ । ଏଭଳି ଘଟଣା ଦେଖିବାକୁ ମିଳିଥିଲା ସାଲିଆ ସାହିରେ ଚାଲିଥିବା ବିଜେଡ଼ି ଜନସମାବେଶ ପଦଯାତ୍ରା ସମୟରେ । ଯାହା ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଛି ।
ରାଜ୍ୟ ସରକାର ୫ଟି ଜରିଆରେ ରାଜ୍ୟର ସମସ୍ତ ସ୍କୁଲକୁ ନବୀକରଣ କରୁଛନ୍ତି ସରକାର । କିନ୍ତୁ ଏଠି ତୃତୀୟ ଶ୍ରେଣୀର ଛାତ୍ର ହାତରେ ବିଜେଡ଼ି ପୋଷ୍ଟର । କିଏ ଦେଲା ପଚାରିଲେ ଉତ୍ତର ଆସୁଛି ନବୀନ ପଟ୍ଟନାୟକ ଦେଲେ । ଆମ ଭବିଷ୍ୟତ ସହ ଖେଳ ଖେଳୁଛି ବିଜେଡ଼ି ସରକାର । ପାଠ ଓ ଖେଳିବା ସମୟରେ ନାବାଳକ ପିଲାଙ୍କୁ ନେଇ କରୁଛନ୍ତି ରାଜନୀତି । ପିଲାଙ୍କୁ ନେଇ ଖାଲି ରାଜନୀତି କରୁନାହାନ୍ତି ତ ବୁଲି ବୁଲି ଘରର କାନ୍ଥରେ ପୋଷ୍ଟର ମାରିବାକୁ ମଧ୍ୟ କହିଛନ୍ତି ।
📱 Get Argus News App
✨ନା ଘର କୋଉଠି କହିପାରୁଛି ନା କୋଉ ସ୍କୁଲରେ ପାଠ ପଢୁଛି କହିପାରୁଛି । କିନ୍ତୁ ବିଜେଡ଼ି ପାଇଁ ପୋଷ୍ଟର ମାରୁଛି । ଏଠି ପ୍ରଶ୍ନ ଉଠୁଛି, କଣ ପାଇଁ ଏମିତି କରୁଛନ୍ତି ରାଜ୍ୟ ସରକାର ? କଣ ପାଇଁ ସ୍କୁଲ ପିଲାଙ୍କୁ କରୁଛନ୍ତି ରାଜନୀତିରେ ସାମିଲ ? ବିଜେଡ଼ିରେ କଣ ଆଭାବ ପଡ଼ିଲା ବରିଷ୍ଠ ନେତାଙ୍କ ସଂଖ୍ୟା ? ଆଗାମୀ ନିର୍ବଚନକୁ ପାର ହେବା ପାଇଁ ବଦୁଳୁଛି ବିଜେଡ଼ିର ରାଜନୀତି । କିନ୍ତୁ ଦଃଖର ବିଷୟ ଏହି ରାଜନୀତିରେ ବଳି ପଡ଼ୁଛନ୍ତି କୋମଳମତି ଛାତ୍ରଛାତ୍ରୀ ।