|
logo
Live

Argus News - ବାଲିଯାତ୍ରାରେ ଭୂତ; ବିକଟାଳ ରଡି ସାଙ୍ଗକୁ ବଡ଼ ବଡ଼ ନଖ ଦେଖି ଲୋକେ ଛାନିଆ

Odisha

ବାଲିଯାତ୍ରାରେ ଭୂତ; ବିକଟାଳ ରଡି ସାଙ୍ଗକୁ ବଡ଼ ବଡ଼ ନଖ ଦେଖି ଲୋକେ ଛାନିଆ

Smruti Parija
Browse all articles by Smruti Parija
·2 years ago·1 min read
ବାଲିଯାତ୍ରାରେ ଭୂତ; ବିକଟାଳ ରଡି ସାଙ୍ଗକୁ ବଡ଼ ବଡ଼ ନଖ ଦେଖି ଲୋକେ ଛାନିଆ

କଟକ: ଜମୁଛି ବାଲିଯାତ୍ରା । ଦିନଠୁ ରାତି ସବୁବେଳେ ବାଲିଯାତ୍ରା ଦେଖିବାକୁ ଲୋକଙ୍କର ଲାଗୁଛି ଲମ୍ବା ଲାଇନ୍ । ବିଭିନ୍ନ ପ୍ରକାରର ଜିନିଷ କିଣିବା ସହ ଦୋଳିର ମଜା ନେଉଛନ୍ତି ଲୋକେ । ଯୁଆଡେ ଆଖି ବୁଲାଇବ ମନୋରଞ୍ଜନର ଖୋରାଗ । ହେଲେ ଏହାରି ଭିତରେ ବାଲିଯାତ୍ରାରେ ଦେଖିବାକୁ ମିଳିଛି ଭୂତ୍ ।  

ଆଜ୍ଞା ହଁ ବାଲିଯାତ୍ରାରେ ଭୂତ । ଲୋକେ ହେଉଛନ୍ତି ହଇରାଣ । ବିକଟାଳ ରଡି ସାଙ୍ଗକୁ ବଡ଼ ବଡ଼ ନଖ । ପୋଡା ମୁହଁ ସାଙ୍ଗକୁ ଅନ୍ଧାର ମଧ୍ୟରେ କରୁଛନ୍ତି ଲୋକଙ୍କୁ ହଇରାଣ ହରକତ । ତେବେ ଏହାର ବାସ୍ତବତା ହେଉଛି କଟକ ବାଲିଯାତ୍ରା ପଡିଆରେ ଏକ ଷ୍ଟଲ୍ ଯାହାର ନାଁ ଭୂତବଙ୍ଗଳା । ଯେଉଁଠି ଭୂତମାନଙ୍କର ଚାଲିଛି ରାଜ୍ । 

ଥରେ ସେହି ଷ୍ଟଲ୍ କୁ ପଶିଲେ ଡରିବା ଥୟ । ତେବେ ଏହାକୁ ନେଇ ଭୟରେ ଦେଖେଣାହାରି । ମଜା ସହ ଭୟ ମଧ୍ୟ ଲାଗୁଥିବା କହିଛନ୍ତି ଦର୍ଶକ । ତେବେ 30 ବର୍ଷ ଧରି ଏହି ଭୂତ ବଙ୍ଗଳା ଷ୍ଟଲ ବାଲିଯାତ୍ରାରେ ପଡି ଆସୁଛି । ଚଳିତବର୍ଷ ବ୍ୟାପର ସାମାନ୍ୟ ମାନ୍ଦା ରହିଥିଲାବେଳେ ଆଉ ଦୁଇ ଦିନ ବାଲିଯାତ୍ରା ରେ ନିଶ୍ଚୟ କିଛି ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବାଲିଯାତ୍ରାରେ ଭୂତ; ବିକଟାଳ ରଡି ସାଙ୍ଗକୁ ବଡ଼ ବଡ଼ ନଖ ଦେଖି ଲୋକେ ଛାନିଆ | Argus English