Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୁର୍ନୀତିର ଗନ୍ତାଘର ପାଲଟିଛି ଭୋଗରାଇ ବ୍ଲକ

Odisha

ଦୁର୍ନୀତିର ଗନ୍ତାଘର ପାଲଟିଛି ଭୋଗରାଇ ବ୍ଲକ

Ritu Das
Browse all articles by Ritu Das
·2 years ago·2 min read
ଦୁର୍ନୀତିର ଗନ୍ତାଘର ପାଲଟିଛି ଭୋଗରାଇ ବ୍ଲକ

ଅର୍ଗସ ବ୍ୟୁରୋ: ଉନ୍ନୟନ କାର୍ଯ୍ୟରେ ଟଙ୍କା ହେରଫେର । ଅନୁମୋଦନ ଅର୍ଥ ରାଶିରୁ ଟଙ୍କା ଗାଏବ। କାର୍ଯ୍ୟ ନ ହେଉଣୁ ଦର୍ଶା ଯାଉଛି କାର୍ଯ୍ୟ । ମିଛ ଦସ୍ତଖସ୍ତରେ ବିଲ ହଉଛି ପାସ । କାର୍ଯ୍ୟ ନ ହେଲେ ବି ଜବରଦସ୍ତି କରାଯାଉଛି ବିଲ ପାସ । ଭୋଗରାଇ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ନୟାବଣି ସରିସା ଆମ ଅଙ୍ଗନବାଡି-୧ କେନ୍ଦ୍ରର ଉନ୍ନୟନ କାର୍ଯ୍ୟ ପାଇଁ 2 ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିଲା । ସେଥିମଧ୍ୟରୁ ବ୍ଲକରୁ ରୟାଲିଟି ବାବଦରେ 50 ହଜାର ଟଙ୍କା କାଟି ନେଇ 1 ଲକ୍ଷ 50 ହଜାର ଟଙ୍କା କାର୍ଯ୍ୟ ପାଇଁ ଦିଆଯାଇଥିବା ବେଳେ ସେଥିରେ ବି ଅଙ୍ଗନବାଡିରେ ଜଳଛାତ ନ ପଡ଼ି ବିଲ୍ ଉଠାଯାଇଥିବା ବେଳେ ଅଙ୍ଗନବାଡି କର୍ମୀ ସ୍ଥାନୀୟ ୱାର୍ଡ ମେମ୍ବରଙ୍କ ପ୍ରେସରରେ ଜବର ଦସ୍ତି ଦସ୍ତଖତ କରି ବିଲ ପାସ କରିଛନ୍ତି । 

ସେହିପରି ରବି ନାରାୟଣ ଜେନା ଏବଂ ରମାକାନ୍ତ ଦାସ ବୋଲି ଗ୍ରାମର କେହି ବ୍ୟକ୍ତି ନ ଥିଲା ବେଳେ ତାଙ୍କ ନାମରେ ମିଥ୍ୟା ବିଲ୍ କରି ଟଙ୍କା ହଡ଼ପ ହଇଛି। କୁନି କୁନି ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ସରକାର ଟଙ୍କା ଅନୁମୋଦନ କରିଥିବା ବେଳେ ଶିକ୍ଷାଦାନ କରୁଥିବା ଅଙ୍ଗନବାଡି କର୍ମୀ ମଧ୍ୟ ସରକାରୀ ଟଙ୍କା ଖାଇବାରେ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଛି । ଏବାବଦରେ ସ୍ଥାନୀୟ ଗ୍ରାମବାସୀ ଲୋକାୟତରେ ଅଭିଯୋଗ କରିଛନ୍ତି। ତେବେ କନିଷ୍ଠ ଯନ୍ତ୍ରୀ ଓ ୱାର୍ଡ ମେମ୍ବର , ଅଙ୍ଗନବାଡି କର୍ମୀଙ୍କ ଏଭଳି ମିଳିମିଶି ଚଞ୍ଚକତା କରି ଟଙ୍କା ହଡ଼ପ କରିଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। 

ସେହିପରି ସୁଲତାନପୁର ଗ୍ରାମରେ  ଥିବା ମଶାଣୀ  ନାଁରେ କାମ  ବାବଦରେ ବାରମ୍ବାର ମନେରଗା ଯୋଜନାରେ କାମ ନ କରି ଲକ୍ଷlଧିକ ଟଙ୍କା ହଡ଼ପ ହେଇଥିବା ଗ୍ରାମବାସୀ ଅଭଯୋଗ ଆଣିଛନ୍ତି। ଚଳିତ ବର୍ଷ ଶ୍ମଶାନ କାମ କରିବା ପାଇଁ ସେହି ଗ୍ରାମର 13ଜଣ ଜବ କାର୍ଡଧାରୀଙ୍କ ନାଁ ରେ ୧,୧୨,୩୩୮ଟଙ୍କା ବିଭାଗୀୟ ଅଧିକାରୀ ଓ କିଛି କତିପୟ ବ୍ୟକ୍ତି ମିଳି ମିଶି ଟଙ୍କା ଚଳୁ କରିଛନ୍ତି ଏହା ପୂର୍ବରୁ ୧୦ରୁ ଅଧିକ ମିଥ୍ୟାବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତୁ। ଏ ବାବଦରେ ବାରମ୍ବାର ବ୍ଲକ ଅଫିସ ଦୌଡ଼ି ଦୌଡ଼ି ବିଭାଗୀୟ ଅଧିକାରୀଙ୍କୁ  ଜଣାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରୁ ନାହାନ୍ତି। କାମ ନ କରି ଯୋଉ ମାନେ ଟଙ୍କା ଆତ୍ମସାତ କରିଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ବିଡିଓଙ୍କ ଅଫିସ ଆଗରେ ଧାରଣl ଦେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Bhogarai block | Argus English