Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୋଖରୀରେ ଗୋଡ଼ ଖସି ଚାଲିଗଲା ଜୀବନ 

Odisha

ପୋଖରୀରେ ଗୋଡ଼ ଖସି ଚାଲିଗଲା ଜୀବନ 

Manini Pattanayak
Browse all articles by Manini Pattanayak
·2 years ago·1 min read
ପୋଖରୀରେ ଗୋଡ଼ ଖସି ଚାଲିଗଲା ଜୀବନ 

ଖୋର୍ଦ୍ଧା: ମାମୁଁ ଘର ଗାଁ ପୋଖରୀରେ ବୁଡି ଭଣଜାର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି  ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବିଧାରପୁର ଗ୍ରାମରେ । ଶୈ।ଚ ହେବା ସମୟରେ ପୋଖରୀରେ ବୁଡି ଭଣଜାର ମୃତ୍ୟୁ ହୋଇଛି। ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ନୂଆଗଡ଼ ଗ୍ରାମର ଦୀନବନ୍ଧୁ ସ୍ବାଇଁଙ୍କ ପୁଅ ଦିଲ୍ଲୀପ କୁମାର ସ୍ବାଇଁ ମାମୁଁ ଘର ଗାଁ ବିଧାରପୁର ଯାଇଥିଲେ । ବିଧାରପୁର ଗାଁ ପୋଖରୀକୁ ଶୈ।ଚ  ହେବା ପାଇଁ ଦିଲ୍ଲୀପ ।

ଆଉ ଏହି  ସମୟରେ ଅସାବଧାନତା ବଶତଃ ପୋଖରୀରେ ଗୋଡ଼ ଖସି ଯାଇଥିଲା। ଦିଲ୍ଲୀପ ପାଣିରେ ବୁଡି ଯାଉଥିବା ଦେଖି ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ  ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବାଲୁଗାଁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଏପଟେ  ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ଦେଖା ଦେଇଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhanja died after drowning in the pond of his uncle's village. | Argus English