Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଳାକାରଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ବଦଳି କରି କାମ ସାରିଦେଲା ପୋଲିସ

Odisha

କଳାକାରଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ବଦଳି କରି କାମ ସାରିଦେଲା ପୋଲିସ

Jitendra Dash
Browse all articles by Jitendra Dash
·2 years ago·1 min read
କଳାକାରଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ବଦଳି କରି କାମ ସାରିଦେଲା ପୋଲିସ

ଅର୍ଗସ ବ୍ୟୁରୋ : କଳାକାରଙ୍କୁ ମାଡ଼ ମାରିବା ପୋଲିସ କର୍ମଚାରୀଙ୍କ ପାଇଁ ପଡ଼ିଲା ମହଙ୍ଗା । ଜଣେ ପୋଲିସ ଅଧିକାରୀଙ୍କ ସହିତ ଜଣେ କନେଷ୍ଟବଳ ଓ ଦୁଇ ଜଣ ହୋମଗାର୍ଡଙ୍କୁ ବଦଳି । କଳାକାରଙ୍କୁ ବଟି ମାଗି ପୋଲିସର ଥାର୍ଡ ଡିଗ୍ରୀ ଟର୍ଟ୍ଟର କରିଥିଲା ପୋଲିସ । ଅର୍ଗସରେ ଖବର ପ୍ରସାରଣ ପରେ ସମସ୍ତ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ନ୍ୟାୟ ଦାବି କରୁଛି ପରିବାର । ସମସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଥାନାର ହାଜର ହୋଇଥିଲେ କଳାକାରଙ୍କ ପତ୍ନୀ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତ ୩୦ ତାରିଖ ଦିନ ରାତିରେ ଭଦ୍ରକ ଜିଲ୍ଲା ଆଗରପଡା ଥାନା ଚାରିଗାଁ ପଞ୍ଚାୟତର ତେଲନଟି ଗାଁର ଯୁବ କଳାକାର ଗୋପୀନାଥ ନାୟକ ଭଦ୍ରକରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଗ ଦେଇ ନିଜ ଗାଡିରେ ଘରକୁ ଫେରୁଥିବା ବେଳେ ଆଗରପଡା ପୋଲିସ ତାଙ୍କୁ ଅଟକାଇ ଗାଡିର କାଗଜପତ୍ର ମାଗିଥିଲେ । କଳାକାର ଜଣକ ତାଙ୍କ ଗାଡିର କାଗଜପତ୍ର ପ୍ରଦାନ କରିଥିଲେ । ସବୁ କାଗଜପତ୍ର ଠିକ ଥାଇ ବି ପାଟ୍ରୋଲିଙ୍ଗ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ମାନେ ତାଙ୍କୁ ଟଙ୍କା ମାଗିଥିଲେ । ତେବେ ସେ ଟଙ୍କା କାହିଁକି ଦେବେ ବୋଲି ପ୍ରଶ୍ନ କରିବାରୁ ପୋଲିସ କର୍ମଚାରୀ ମାନେ ଉତ୍ୟକ୍ତ ହୋଇ ଗୋପୀନାଥଙ୍କୁ ଅତି ଅମାନୁଷିକ ଭାବେ ବାଡ଼ିରେ ପିଟିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରେ ଗୋପୀନାଥ ତାଙ୍କ ପରିବାରଙ୍କ ପାଖରେ ଜଣାଇବା ପରେ ପରିବାର ଲୋକମାନେ ତାଙ୍କୁ ଆଗରପଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଇ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିବାରୁ ଶେଷରେ ଭଦ୍ରକ ଏସପି ଆଜି ଆଗରପଡା ଥାନାର ଏଏସଆଇ ମହେନ୍ଦ୍ର ଗିରି, କନେଷ୍ଟବଳ ଚିନ୍ମୟୀ ଦେହୁରୀ, ଦୁଇ ଜଣ ହୋମଗାର୍ଡ ଅରୁଣ କୁମାର ଦାସ ଗଜେନ୍ଦ୍ର ନାୟକଙ୍କୁ ଜିଲ୍ଲା ପୋଲିସ ହେଡ଼ ଅଫିସକୁ ବଦଳି କରିଛନ୍ତି ।

Education Next Season 5
Sponsored
bhadrak police attack | Argus English