Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭଦ୍ରକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମକର ମିଳନ କାର୍ଯ୍ୟକ୍ରମ  

Odisha

ଭଦ୍ରକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମକର ମିଳନ କାର୍ଯ୍ୟକ୍ରମ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଭଦ୍ରକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମକର ମିଳନ କାର୍ଯ୍ୟକ୍ରମ  

ଭଦ୍ରକ : ଭଦ୍ରକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମକର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।  ଏହି ମକର ମିଳନ ଚଳିତ ବର୍ଷ 4 ବର୍ଷରେ ପ୍ରଦାର୍ପଣ କରିଛି। ଏହି ମକର ମିଳନ ଉପଲକ୍ଷେ ଯୁବ ମୋର୍ଚ୍ଚା ପକ୍ଷରୁ ଶହ ଶହ ଯୁବକ ମାନେ ସ୍ଥାନୀୟ ନେହୁରୁ ଷ୍ଟାଡିୟମ ଠାରେ ଏକତ୍ରିତ ହୋଇଥିଲେ। ପରେ ସେଠାରୁ ଶହ ଶହ ଯୁବକ ମାନଙ୍କୁ ନେଇ ଏକ ବିଶାଳ ବାଇକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଶେଷରେ ଗାନ୍ଧୀ ପଡିଆ ନିକଟରେ ପହଞ୍ଚିଥିଲା।

ପରେ ସମସ୍ତ ଯୁବକ ମକର ମିଳନ ବେଶ ଧୂମଧାମରେ ପାଳନ କରିଥିଲେ।  ଏହି ମକର ମିଳନ ଉତ୍ସବରେ ଜିଲ୍ଲାର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ,ବିଧାନସଭା ନେତା ଡା. ପ୍ରଦୀପ କୁମାର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭିମନ୍ୟୁ ସେଠୀ, ଜଗନ୍ନାଥ ଦାସ ସମେତ ଅନେକ ବିଜେପିର ନେତ ଓ କର୍ମକର୍ତ୍ତା ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।  ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ୱାନରେ ଆଜି ସମସ୍ତ ଯୁବ ବର୍ଗ ଏକତ୍ରିତ ହୋଇ ଏହି ମକର ମିଳନ ଉତ୍ସବ ପାଳନ କରିଥିବା ନେଇ ନେତା ମାନେ କହିଛନ୍ତି। 
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhadrak District BJP Youth Morcha Makar milan program | Argus English