Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭଦ୍ରକ ଜିଲ୍ଲାରେ ପଶୁ ପଶୁ ଅର୍ପଣ ରଥର ବାଜିଲା ମୁଣ୍ଡ

Odisha

ଭଦ୍ରକ ଜିଲ୍ଲାରେ ପଶୁ ପଶୁ ଅର୍ପଣ ରଥର ବାଜିଲା ମୁଣ୍ଡ

Jitendra Dash
Browse all articles by Jitendra Dash
·2 years ago·1 min read
ଭଦ୍ରକ ଜିଲ୍ଲାରେ ପଶୁ ପଶୁ ଅର୍ପଣ ରଥର ବାଜିଲା ମୁଣ୍ଡ

ଘରେ ପଶୁପଶୁ ଚାଳ ବାଜିଲାଣି
ଭଦ୍ରକରେ ପଶୁ ପଶୁ ଅର୍ପଣ ରଥର ବାଜିଲା ମୁଣ୍ଡ
ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କଲେ ଗ୍ରାମବାସୀ 
ରାସନ ସାମଗ୍ରୀ ଓ ଭତ୍ତା ମିଳିନଥିବାରୁ ଲୋକେ ଅର୍ପଣ ରଥକୁ ରଖିଲେ ଅଟକ
 

ଅର୍ଗସ ବ୍ୟୁରୋ : ଏବେ ରାଜ୍ୟରେ ଗଡ଼ୁଛି ଅର୍ପଣ ରଥ । ଅର୍ପଣ ରଥ ତ ନୁହେଁ ଲାଗୁଛି ବିଜେଡ଼ି କରୁଛି ଦଳୀୟ ପ୍ରଚାର । କାରଣ ଯେଉଁ ପରି ଭାବରେ ଅର୍ପଣ ରଥକୁ ନୀଳ ରଙ୍ଗରେ ରଙ୍ଗାଯିବା ସହ ବିଜେଡ଼ି ନେତାଙ୍କ ଫଟୋ ଲାଗୁଛି ଯିଏ ଦେଖିବ ସିଏ କହିହ, ବିଜେଡ଼ି କରୁଛି ଦଳୀୟ ପ୍ରଚାର । ଯାହାକୁ ନେଇ ଏବେ ସାଧାରଣ ମହଲରେ ଜୋର ଚର୍ଚ୍ଚା ହେଉଛି ।

ଭଦ୍ରକ ତିହିଡି ବ୍ଲକ ଧାମନଗର ନିର୍ବାଚନ ମଣ୍ଡଳୀରେ ଅର୍ପଣ ରଥ ବୁଲିବାର ଆଜି କର୍ଯ୍ୟକ୍ରମ ଥିଲା । ଏହି ସମୟରେ ଅର୍ପଣ ରଥକୁ ବିରୋଧ କରିଛନ୍ତି ତାଳପଦା ଗ୍ରାମ ପଞ୍ଚାୟତର ଜନତା । ଆଉ କହିଛନ୍ତି, ଦୀର୍ଘ ମାସ ହେଲା ଲୋକଙ୍କୁ ସରକାର ଯୋଗାଉଥିବା ଚାଉଳ ମିଳୁନାହିଁ । ରାସନକାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳକୁ ଡିଲର ହେରଫେର କରୁଛନ୍ତି । ଏନେଇ ବାରମ୍ବାର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ  । ତା ସହିତ ଭତ୍ତା ବି ଠିକ୍ ସମୟରେ ମିଳୁନାହିଁ । ତେଣୁ ଆମେ ଏହି ରଥକୁ ଅଟକାଇଛୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ । ଆଜି ଅର୍ପଣ ରଥ ସହ ତାଳପଦା ପଞ୍ଚାୟତର ସରପଞ୍ଚ ଜୟଶ୍ରୀ ବେହେରା ରଥକୁ ନେଇ ପଞ୍ଚାୟତ ବୁଲୁଥିଲେ । ଏହି ସମୟରେ ରଥକୁ ଅଟକାଲେ ତାଳପଦା ପଞ୍ଚାୟତର ଲେକେ । କାହିଁକି ଅନେକ ମାସ ହେବ ଚାଉଳ ମିଳୁନାହିଁ ବୋଲି ଅଭିଯୋଗ ଆଣିବା ସହ ଅର୍ପଣ ରଥକୁ ଅଟକାଇ ଦେଇଛନ୍ତି ।
 

Sponsored
Bhadrak Aparna Rath Issue | Argus English