Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଦଳିବ ବ୍ରହ୍ମପୁର କୋର୍ଟ କ୍ୟାମ୍ପସର ରୂପରେଖ

Odisha

ବଦଳିବ ବ୍ରହ୍ମପୁର କୋର୍ଟ କ୍ୟାମ୍ପସର ରୂପରେଖ

Smruti Parija
Browse all articles by Smruti Parija
·2 years ago·2 min read
ବଦଳିବ ବ୍ରହ୍ମପୁର କୋର୍ଟ କ୍ୟାମ୍ପସର ରୂପରେଖ

ଗଞ୍ଜାମ: ବଦଳିବ ବ୍ରହ୍ମପୁର କୋର୍ଟ କ୍ୟାମ୍ପସର ରୂପରେଖ । ମାଟିରେ ମିଶିବ ବ୍ରିଟିସ୍ ଅମଳର କୋଠା । ଗଞ୍ଜାମ ବାର ଏସୋସିଏସନର ଇତିହାସ କୁହାଯାଉଥିବା ସର୍ବପୂରାତନ କୋଠା ମାଟିରେ ମିଶିଯିବ । ଯାହାକୁ ନେଇ ଆରମ୍ଭ ହୋଇଛି ସମସ୍ତ ଯୋଜନା । କୋର୍ଟ ପରିସରରେ ସ୍ଥାନ ଅଭାବ ହେଉ ଅବା ଓକିଲଙ୍କ ସଂଖ୍ୟା ବୃଦ୍ଧି କିମ୍ବା ବାର ଆସୋସିଏସନର ସଂପ୍ରସାରଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଏନେଇ କିଛି ବରିଷ୍ଠ ଆଇନଜୀବୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି ।

ହାଇକୋର୍ଟଙ୍କ ପକ୍ଷରୁ ଗଞ୍ଜାମ ଓକିଲ ସଂଘକୁ ଆସିଥିବା ପ୍ରସ୍ତାବରେ 1968 ମସିହାରେ ନିର୍ମାଣ ହୋଇଥିବା ଗଞ୍ଜାମ ଓକିଲ ସଂଘର କାର୍ଯ୍ୟଳୟ କୋଠା ସମେତ 1940 ମସିହାରେ ପ୍ରତିଷ୍ଠା ହୋଇଥିବା ପୁରାତନ ଲାଇବ୍ରେରୀ କୋଠାକୁ ଭଙ୍ଗାଯିବ । ନୂତନ କୋଠା ନିର୍ମାଣ ପର୍ଯ୍ୟନ୍ତ ଲାଇବ୍ରେରୀ ଏବଂ ଓକିଲ ସଂଘର କାର୍ଯ୍ୟଳୟକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ । ବର୍ତ୍ତମାନ ଥିବା ଲାଇବ୍ରେରୀ ସହ ଓକିଲ ସଂଘର କାର୍ଯ୍ୟଳୟ ସମେତ ପୁରୁଣା SDJMକୋର୍ଟ ମଧ୍ୟରେ ଥିବା ସଂଲଗ୍ନ ହତା ଅଞ୍ଚଳରେ ନୂତନ ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣ କରାଯିବ । 

ସେପଟେ ଯୋଜନା ମୁତାବକ 10 ହଜାର ବର୍ଗ ଫୁଟ ପରମିତ ଜାଗାରେ 4 ମହଲା କୋଠା ବିଶିଷ୍ଟ ପାଇଁ 20 କୋଟି ଟଙ୍କା ବିନିଯୋଗ ହେବ ବୋଲି ଜଣାପଡିଛି । ଏଥିରେ ଭୂତଳ ପାର୍କିଂ,ଲାଇବ୍ରେରୀ,ଓକିଲ ସଂଘର କାର୍ଯ୍ୟଳୟ,ଦୁଇଟି ଅତ୍ୟାଧୁନିକ କନଫରେନ୍ସ ହଲ୍ ସହିତ ଲିଫ୍ଟ ନିର୍ମାଣ କରାଯିବ । ଏହାସହ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଜୁଡିସିଆଲ କମ୍ପ୍ଲେକ୍ସ କୋଠାରେ ସହରର ବିଭିନ୍ନ ସ୍ଥାନରେ ଥିବା କୋର୍ଟ ଯଥା ଦେଵତର କମିଶନରଙ୍କ କାର୍ଯ୍ୟଳୟ,ଏମଏସଟି କୋର୍ଟ,ଖାଉଟି ବିବାଦ ମିମାଂସା ଅଦାଲତ ଭଳି ମୋଟ 35ଟି କୋର୍ଟ ରହିବାର ଯୋଜନା ରହିଛି । ଖୁବଶୀଘ୍ର ଆରମ୍ଭ କରାଯାଇ ଯୁଦ୍ଧକାଳୀନ ଭିତିରେ କାମ ସରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଗଞ୍ଜାମ ବାର ଆସୋସିଏସନରେ ଥିବା ପୁରାତନ କୋଠା ଇତିହାସ ପାଲଟିଯିବ ଏବଂ ସମସ୍ତଙ୍କ ପାଇଁ ସ୍ମରଣୀୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।
 

Sponsored
berhampur-bar-association-rennovation | Argus English