Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମହୁମାଛି ଆକ୍ରମଣ: ୨ ସ୍କୁଲ ଛାତ୍ରଙ୍କ ସମେତ ୭ ଗୁରୁତର

Odisha

ମହୁମାଛି ଆକ୍ରମଣ: ୨ ସ୍କୁଲ ଛାତ୍ରଙ୍କ ସମେତ ୭ ଗୁରୁତର

Ritu Das
Browse all articles by Ritu Das
·2 years ago
ମହୁମାଛି ଆକ୍ରମଣ: ୨ ସ୍କୁଲ ଛାତ୍ରଙ୍କ ସମେତ ୭ ଗୁରୁତର

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ବୈଦପୁର ହାଟପଡିଆରୁ ବର୍ତ୍ତନା ଜଙ୍ଗଲ ରାସ୍ତାରେ ବାଘୁଆ ମହୁମାଛି ଆକ୍ରମଣରେ ୨ ସ୍କୁଲ ଛାତ୍ରଙ୍କ ସମେତ ୭ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନା ମୁତାବକ, ବୁଧବାର ସକାଳ ସାଢେ ୯ଟାରେ ହଠାତ୍ ବାଘୁଆ ମହୁମାଛି ଦଳ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ ।  ସମସ୍ତ ଗୁରୁତର ଏବଂ ଆହତଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୫ଜଣ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଯାଇଛନ୍ତି। ତେବେ ବାଘୁଆ ମହୁମାଛି ଆକ୍ରମଣ ଖବର ପାଇବା ପରେ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bee attacks: | Argus English