Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରେମିକ ସହ ଫେରାର ହେବାରୁ ଝିଅକୁ ଜୀବନ୍ତ ଶୁଦ୍ଧି ହେଲେ ବାପଘର ଲୋକେ

Odisha

ପ୍ରେମିକ ସହ ଫେରାର ହେବାରୁ ଝିଅକୁ ଜୀବନ୍ତ ଶୁଦ୍ଧି ହେଲେ ବାପଘର ଲୋକେ

Ritu Das
Browse all articles by Ritu Das
·2 years ago·2 min read
ପ୍ରେମିକ ସହ ଫେରାର ହେବାରୁ ଝିଅକୁ ଜୀବନ୍ତ ଶୁଦ୍ଧି ହେଲେ ବାପଘର ଲୋକେ

ଅର୍ଗସ ବ୍ୟୁରୋ: ଜିଇଁ ଥାଉଥାଉ ବଢିଲା ଝିଅ ପାଇଁ ପିଣ୍ଡଦାନ ଦେବାକୁ ପଛେଇଲେ ନାହିଁ ବାପା l ୟା ଠାରୁ ବଡ଼ ଦୁର୍ଭାଗ୍ୟ ଆଉ କଣ ହୋଇପାରେ l ୟା ଠାରୁ ବଡ଼ ଶାସ୍ତି ଆଉ କଣ ଥାଇପାରେ ଜନ୍ମ ହୋଇଥିବା ଝିଅ ପାଇଁ l ବ୍ରାହ୍ମଣ ପୁରୋହିତ ଓ ସାହିଭାଇଙ୍କ ଉପସ୍ଥିତିରେ ହିନ୍ଦୁ ରୀତି-ନୀତି ମୁତାବକ ଏହି ଶୁଦ୍ଧି କର୍ମ ଏବଂ ପିଣ୍ଡଦାନ କାର୍ଯ୍ୟ ସମ୍ପନ୍ନ ହେବା ଦେଖିବାକୁ ମିଳିଛି l ଯେଉଁ ଝିଅକୁ କେୋଳେଇ କାଖେଇ ବଡ଼ କଲେ ସେ ବଞ୍ଚି ଥାଉ ଥାଉ ଝିଅକୁ ମାରିଦେଲେ। କୁହାଯାଉଛି ପ୍ରେମିକ ସହିତ ଘରୁ ଲୁଚି ଚାଲିଯିବାରୁ ପରିବାର ଲୋକେ ଏପରି କଠୋର ନିଷ୍ପତ୍ତି ନେଲେ। ତାଙ୍କ ବାପା କହିଛନ୍ତି ଆମ ମାନ ସମ୍ମାନ ସବୁ ବୁଡ଼ାଇଦେଲା। ଆଉ ସେ ବଞ୍ଚିକି କି ଲାଭ। 
କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଉମର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା l ସେହି ଗାଁର ନାବାଳିକାଙ୍କୁ ତ୍ୟାଗୀ ଶୁଦ୍ଧି ହୋଇଛନ୍ତି ତାଙ୍କ ପରିବାର ଓ ଜ୍ଞାତି କୁଟୁମ୍ବ। ଚଳିତ ମାସ ୧ ତାରିଖରୁ ନିଖୋଜ ଥିଲେ ଉକ୍ତ ନାବାଳିକା।

ଏହି ନିଖୋଜ ଘଟଣାକୁ ନେଇ ଦ୍ୱିତୀୟ ଥର ନିକଟସ୍ଥ ଭଦ୍ରେଶ୍ୱର ଥାନାରେ ରିପୋର୍ଟ ଲେଖେଇଥିଲେ ଝିଅଙ୍କ ବାପା l ବହୁ ଖୋଜାଖୋଜି ପରେ କୁଆଡେ କୌଣସି ଟେର ପାଇନଥିଲା ପୋଲିସ। ସେପଟେ ନିଖୋଜ ଝିଅ ସମ୍ପର୍କରେ ନିଜ ପରିବାର ଲୋକେ କିଛି ସୁରାକ ପାଇପାରିନଥିଲେ l କିନ୍ତୁ ଏହା ଭିତରେ ନିଖୋଜ ନାବାଳିକା ଝିଅ ପୋଲିସ ପାଖକୁ ମୋବାଇଲ ମାଧ୍ୟମରେ ଏକ ଭିଡିଓ ପଠାଇବା ପରେ ଘଟଣାର ସମ୍ପୂର୍ଣ୍ଣ ମୋଡ଼ ବଦଳି ଯାଇଥିଲା l କାରଣ ଉକ୍ତ ଭିଡିଓରେ ସେ କହିଥିଲେ ଯେ, ମୁଁ ନାବାଳିକା ନୁହେଁ ମୋତେ ୧୮ ବର୍ଷ ହୋଇ ସାରିଛି। ମୋତେ ଘର ଲୋକ ମରାମରି କରୁଥିବାରୁ ମୁଁ ମୋ ଇଚ୍ଛାରେ ଘର ଛାଡ଼ି ଚାଲିଆସିଛି। ମୋତେ କେହି ଅପହରଣ କରି ନାହାନ୍ତି। ମୋର ଏଭଳି ନିଷ୍ପତ୍ତି ପାଇଁ କିଛି ଅସାମାଜିକ ବ୍ୟକ୍ତି ମଧ୍ୟ ଦାୟୀ। 

ନାବାଳିକା ଥିବା ସମୟରେ ଉକ୍ତ ନାବାଳିକା ଝିଅଙ୍କୁ ତାର ଟ୍ୟୁସନ ସାର କୁଆଡେ ଅପହରଣ କରିନେଇଥିବା ଥାନାରେ ଏତଲା ଦିଆଯାଇଥିଲା। ଏହି ଏତଲା ଆଧାରରେ ପୋଲିସ ଅପହୃତା ଛାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରି ତାଙ୍କ ବାପାକୁ ହସ୍ତାନ୍ତର କରିଥିଲା l ସେହି ଅପହରଣ ମାମଲାରେ ପୋଲିସ ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ଏହି ନାବାଳିକା ଝିଅ ନିଜ ପୁରୁଣା ପ୍ରେମିକ ଅର୍ଥାତ ତାଙ୍କ ଟ୍ୟୁସନ ସାରଙ୍କ ସହିତ ଅତି ଚତୁରତାର ସହିତ ଫେରାର ହୋଇଯାଇଥିଲେ। ତେବେ ଝିଅର ବାପା କହିଛନ୍ତି ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତାର ମୁହଁ ଆଉ ଦେଖିବିନି କି ତାକୁ ଗ୍ରହଣ କରିବିନି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Sponsored
Because she gone | Argus English