Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓସିଏରେ ବୟସ ଜାଲିଆତି, ସ୍ପିନର ସୁମିତ ଶର୍ମା ୨ ବର୍ଷ ପାଇଁ ବ୍ୟାନ୍‌

Odisha

ଓସିଏରେ ବୟସ ଜାଲିଆତି, ସ୍ପିନର ସୁମିତ ଶର୍ମା ୨ ବର୍ଷ ପାଇଁ ବ୍ୟାନ୍‌

Jitendra Dash
Browse all articles by Jitendra Dash
·2 years ago·2 min read
ଓସିଏରେ ବୟସ ଜାଲିଆତି, ସ୍ପିନର ସୁମିତ ଶର୍ମା ୨ ବର୍ଷ ପାଇଁ ବ୍ୟାନ୍‌

ଅର୍ଗସ ବ୍ୟୁରୋ : ପୁଣି ବଦନାମୀ ମୁଣ୍ଡାଇଲା ଓଡ଼ିଶା କ୍ରିକେଟ ଆସୋସିଏସନ । ରଣଜୀ ଟ୍ରଫିର ଗୋଟିଏ ଦିନ ପୂର୍ବରୁ ବୟସ ଜାଲିଆତି ଘଟଣାରେ ଛନ୍ଦି ହେଲେ ବାମ ହାତୀ ସ୍ପିନର ସୁମିତ ଶର୍ମା । ଘଟଣାରେ ସୁମିତଙ୍କୁ ୨ ବର୍ଷ ପାଇଁ ବ୍ୟାନ କଲା ବିସିସିଆଇ । ପୂର୍ବରୁ ମଧ୍ୟ ଫେକ୍‌ ଜନ୍ମ ପ୍ରମାଣପତ୍ର ମାମଲାରେ ଛନ୍ଦି ହୋଇଛନ୍ତି ଅନେକ ଓଡ଼ିଆ ଖେଳାଳି । ଏବେ ଆଉ ଏକ ଘଟଣା ଓସିଏର କାର୍ଯ୍ୟକାରିତା ଉପରେ ସୃଷ୍ଟି କରିଛି ପ୍ରଶ୍ନ ଚିହ୍ନ । ତେବେ ନିଜ ମୁଣ୍ଡରୁ ଦୋଷ ଖସାଇ ଖେଳାଳି ଉପରେ ଦୋଷ ଲଦିଛନ୍ତି ଓସିଏ ସିଇଓ ସୁବ୍ରତ ବେହେରା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଗାମୀ ଦିନରେ ଯେପରି ଏହାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି । ଚଳିତ ରଣଜୀ ସିଜନ ପାଇଁ ଗତ ସପ୍ତାହରେ ନିଜର ଟିମ୍‌ ଘୋଷଣା କରିଥିଲା ଓଡ଼ିଶା କ୍ରିକେଟ ଆସୋସିଏସନ । ୧୫ ଜଣିଆ ଟିମରେ ପ୍ରଥମ ଥର ଲାଗି ସାମିଲ ହୋଇଥିଲେ ସୁମିତ ଶର୍ମା । କିନ୍ତୁ ବୟସ ଜାଲିଆତି ମାମଲାରେ ଛନ୍ଦି ହେବା ପରେ ଏବେ ଓସିଏକୁ ଲାଗିଛି ବଡ଼ ଝଟକା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାଙ୍କ ସ୍ଥାନରେ ତାରିଣୀ ସାଙ୍କୁ ଦଳରେ ସାମିଲ୍ କରାଯାଇଛି । ପୂର୍ବରୁ ମଧ୍ୟ ଏକାଧିକ ଖେଳାଳି ବୟସ ଜାଲିଆତି ମାମଲାରେ ଫସିଛନ୍ତି । ବୟସ ଜାଲିଆତି ରୋକିବାକୁ ଦୁଇ ବର୍ଷ ତଳେ ଓସିଏ ପକ୍ଷରୁ ହୋଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା । କିନ୍ତୁ ସୁମିତଙ୍କ ମାମଲା ସାମ୍ନାକୁ ଆସିବା ପରେ ଓସିଏର ସେହି ସ୍ବତନ୍ତ୍ର ବ୍ୟବସ୍ଥା ଫସର ଫାଟିଯାଇଛି । ତେବେ ଏହି ଘଟଣାରେ ଓସିଏକୁ ମଧ୍ୟ ଦାୟୀ କରିଛନ୍ତି ପୂର୍ବତନ ଖେଳାଳି ପବନ ଅଗ୍ରୱାଲ । ବାରମ୍ବାର ଏଭଳି ଘଟଣା ପାଇଁ ବଦନାମୀ ମୁଣ୍ଡାଉଛି ଓସିଏ । ତେବେ ଜାଲିଆତି ରୋକିବାକୁ ଆଗକୁ କଣ ପଦକ୍ଷେପ ନିଆଯାଉଛି  ଦେଖିବାକୁ ଅପେକ୍ଷା ।
 

Education Next Season 5
Sponsored
BCCI bans Odisha cricketer over age fraud | Argus English