ବାସୁଦେବପୁର ବିଜେଡିରେ ଫାଟ, ଉଗ୍ରରୂପ ନେଉଛି ପରିବାରବାଦ ରାଜନୀତି

ଅର୍ଗସ ବ୍ୟୁରୋ : ବାସୁଦେବପୁରରେ ପରିବାରବାଦ ଶାସନ । ପାରିବାରିକ ରାଜନୀତିକୁ ନେଇ ବିବାଦ ଦେଖାଦେଲାଣି ବାସୁଦେବପୁର ବିଜେଡ଼ିରେ । ଦଶନ୍ଧି ଦଶନ୍ଧି ଧରି ରାଉତରାୟଙ୍କ ପରିବାର ଶାସନ କ୍ଷମତରେ ଥିଲା ବେଳେ ବାସୁଦେବପୁର ବିକାଶ ବହୁ ଦୁରରେ ରହିଛି । ଯାହାକୁ ନେଇ ଉଠିଛି ବିରୋଧ । ଗୋଟିଏ ପଟେ ପରିବାର ବାଦ ରାଜନୀତିରେ ବିଧାୟକ ଥିବା ବେଳେ, ଅନ୍ୟପଟେ ଏହାକୁ ଜୋରଦାର ବିରୋଧ କରୁଛନ୍ତି ବିଜେଡ଼ି କର୍ମୀ । କେବଳ କର୍ମୀ ନୁହନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୟ ଦାସ ବର୍ମାଙ୍କ ଉପସ୍ଥିତି ସମ୍ମିଳନୀରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ହାତା ହାତି । ଶେଷରେ ପର୍ଯ୍ୟବେକ୍ଷକ ହଟହଟା ହୋଇ ସଭାକୁ ମଝିରୁ ବନ୍ଦ କରିବାକୁ ପଡ଼ିଥିଲା ।
ଏଥିରୁ ଜଣାପଡ଼ୁଛି ଆସନ୍ତା ନିର୍ବାଚନରେ ବାସୁଦେବପୁର ଭୋଟର ପରିବାର ବାଦ ରାଜନିତୀ ତଥା ବିଷ୍ଣୁବ୍ରତ ରାଉତରାୟଙ୍କୁ ପ୍ରତ୍ୟାକ୍ଷାନ କରିବେ । ସାଧାରଣ କର୍ମୀ ସମ୍ମିଳନୀ ହଉକି ଦଳିୟ କାର୍ଯ୍ୟକ୍ରମ ସବୁଠି ବିରୋଧର ସମ୍ମୁଖିନ ହେବାକୁ ପଡୁଛି ବିଧାୟକଙ୍କୁ । ଗତ ନିର୍ବାଚନରେ ଶାସକ ଦଳ ବାସୁଦେବପୁର ବାସିନ୍ଦାକୁ ଅନେକ ସୁନେଲି ସ୍ବପ୍ନ ଦେଖାଇ ଶାସନ କ୍ଷମତାକୁ ଆସିଥିଲେ । ହେଲେ ଏବେବି ସେ ସ୍ବପ୍ନ ସବୁ ଅଧୁରା ହୋଇ ପଡିଛି । ଆଉ ସବୁ ପ୍ରତିଶୃତି ପାଣିର ଗାର ପାଲଟିଛି ବାସୁଦେବପୁର ବାସିନ୍ଦାଙ୍କ ପାଇଁ । ଯାହାକୁ ନେଇ ପ୍ରଶ୍ନ କରିଛନ୍ତି ଲୋକେ ।
📱 Get Argus News App
✨କୁଆଡେ ଗଲା ବାଲିଆପାଳ ପୋଲ । କୁଆଡେ ଗଲା ମନ୍ତେଇ ନଦୀ ଉପରେ ପୋଲ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ଶବ ଦାହ କେନ୍ଦ୍ର ନାହିଁ, ବାସୁଦେବପୁର ବସ ଷ୍ଟାଣ୍ଡ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ । ବିଧାୟକ କେବଳ ଲୋକଙ୍କୁ ଭୁଆଁ ବୁଲେଇ ଭୋଟ ନେଉଛନ୍ତି । ଏଥର ଉଚିତ ଜବାବ ଦେବେ ବାସୁଦେବପୁର ବାସିନ୍ଦା ବୋଲି କହିଛନ୍ତି ବିରୋଧି ବିଜେପି । ପ୍ରଧାନମନ୍ତ୍ରୀ ଅବାସ ଯୋଜମା ହେଉକି ରାସନକାର୍ଡ ସବୁଠି ମହା ଦୁର୍ନୀତି କରିଛନ୍ତି ବିଜେଡ଼ି ବିଧାୟକ । ଯାହାକୁ ନେଇ ଆଗାମୀ ନିର୍ବାଚନରେ ଉଚ୍ଚିତ ଜବାବ ଦେବେ ବୋଲି କହିଛନ୍ତି ବାସୁଦେବପୁର ବାସିନ୍ଦା ।