ନିଜକୁ ନିଜେ କଲେ ଅପହରଣ

ଅର୍ଗସ ବ୍ୟୁରୋ : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଅପହରଣ ହାଇଡ୍ରାମା ଘଟଣାର ପର୍ଦ୍ଦାଫାଶ । ଅପହରଣ ହୋଇଥିବା ବ୍ୟବସାୟୀ ସୁନିଲ ଅଗ୍ରୱାଲକୁ ରାୟପୁରରୁ ଠାବ କଲା ବରଗଡ ପୋଲିସ । ସୁନୀଲ ବିଭିନ୍ନ ରାଇସ ମିଲରୁ ଅଧିକ ଦାମରେ ଖୁଦ କିଣି ମିଲର୍ସଙ୍କୁ ଟଙ୍କା ନଦେଇ ଜୁଆ ଖେଳରେ ୮୦ ଲକ୍ଷ ଟଙ୍କା ହାରିଯିବା ପରେ ନିଜକୁ ଭୟରେ ଅପହରଣର ରୂପ ଦେଇ ଏବେ ପୋଲିସ ହାତରେ ଧରାପଡିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସ୍ବାମୀ ସୁନୀଲ ଅଗ୍ରୱାଲ ବଙ୍ଗୋମୁଣ୍ଡାରୁ ବରଗଡ଼ ଟାଉନ ଥାନା ଅଞ୍ଚଳରୁ କେଉଁଠି ନିଖୋଜ ହୋଇଥିବା ତାଙ୍କ ସ୍ତ୍ରୀ ଜ୍ୟୋସ୍ନା ଅଗ୍ରୱାଲ ଲିଖିତ ଅଭିଯୋଗ କରିଥିଲେ । ବରଗଡ଼ ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ସୁନୀଲ୍ ଝାରସୁଗୁଡା , ସମ୍ବଲପୁର, ବରଗଡ଼ ଜିଲା ଅତାବିରା ଓ ବରଗଡ଼ ସମେତ ବୌଦ୍ଧ ଜିଲାରୁ ମିଲର୍ସଙ୍କ ଠାରୁ ଖୁଦ ଉଠାଇ ସବୁ ବିକି ଟଙ୍କା ଦେଉନଥିବା ପୋଲିସ୍ ଜାଣିବାକୁ ପାଇଥିଲା । ଯାହାକୁ ନେଇ ବିଭିନ୍ନ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି ।