Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁତା କଳରେ କାମ କରି ଛଟେଇ ହେଇଥିବା କର୍ମଚାରୀଙ୍କ ଦୁଃଖ କହିଲେ ନ ସରେ  

Odisha

ସୁତା କଳରେ କାମ କରି ଛଟେଇ ହେଇଥିବା କର୍ମଚାରୀଙ୍କ ଦୁଃଖ କହିଲେ ନ ସରେ  

Manini Pattanayak
Browse all articles by Manini Pattanayak
·2 years ago·1 min read
ସୁତା କଳରେ କାମ କରି ଛଟେଇ ହେଇଥିବା କର୍ମଚାରୀଙ୍କ ଦୁଃଖ କହିଲେ ନ ସରେ  

ବାଲେଶ୍ୱର: ଭୁତ କୋଠୀ ପାଲଟିଛି ବାଲିଆପାଳ ସୁତା  ମିଲ।  ଦିନ ଥିଲା ଯେଉଁଠି ଗହଳ ଚହଳ ଲାଗି ରହୁଥିଲା ସେଇ ସ୍ଥାନକୁ ଏବେ ଲୋକ ଯିବାକୁ ଭୟ କରୁଛନ୍ତି ।  ଏହି ସୁତା କଳରେ କାମ କରି ଛଟେଇ ହେଇଥିବା କର୍ମଚାରୀ ଙ୍କ ଦୁଃଖ କହିଲେ ନ ସରେ । କିଏ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛି ତ ଆଉ କିଏ  ଦାଦନ ଖଟିବାକୁ ଯିବାକୁ ପଡୁଛି। ଏବେ ବି ମନରେ ଆସା ରହିଛି ଯେ, ସୂତା କଳ ପୁଣି ଚାଲିବ ଆଉ ଆମେ ପୁଣି କାମ ପାଇବୁ ଦିଇ ପଇସା ରୋଜଗାର କରିବୁ। କିନ୍ତୁ ୬୦୦ଶହରୁ ଅଧିକ ଶ୍ରମିକଙ୍କ  ସ୍ୱପ୍ନ ହୋଇଛି ଧୂଳିସାତ। 

ଶ୍ରମିକମାନଙ୍କ ଭବିଷ୍ୟତ ପାଇଁ କେତେ କଣ ସ୍ବପ୍ନ ଦେଖାଇ ଲମ୍ବା ଲମ୍ବା ଭାଷଣ  ଦେଇଥିଲେ ସରକାର।  ହେଲେ ବାସ୍ତବରେ  ଏ ଦୃଶ୍ୟ କହିଦେଉଛି ସରକାର ମିଛ ପ୍ରତିଶୃତି କଥା। ଦୀର୍ଘ ୧୫ ବର୍ଷ ଧରି ବନ୍ଦ ରହିବା ପରେ ଏବେ ଏହାକୁ ସବୁଦିନ ପାଇଁ ବନ୍ଦ କରିବା ପାଇଁ ଚକ୍ରାନ୍ତ ଚାଲିଥିବା ଜଣାପଡ଼ିଛି ସରକାର ମିଲକୁ ଚଳାଇ ନପାରିବା କହିବା ସହ ଲୋକଙ୍କୁ ନିଯୁକ୍ତିର ସ୍ବପ୍ନ ଦେଖାଇ ୨୦୧୪ରେ ପିକନ ଇଲେକ୍ଟ୍ରୋନିକସ ନାମକ ରାଜ୍ୟ ବାହାରର ଏକ କମ୍ପାନି ହାତକୁ  ଟେକି ଦେଇଥିଲେ। ସୂତାକଳ କିଣିବା ବେଳେ ଏହି କମ୍ପାନି ଏହାକୁ କାର୍ଯ୍ୟକ୍ଷମ କରିବ ବୋଲି ରାଜ୍ୟ ସରକାରଙ୍କ ସହିତ ଚୁକ୍ତି କରିଥିଲା । ଏହି ସୂତା କଳ ରେ କାମ କରୁଥିବା କର୍ମଚାରୀ ମାନେ ଏବେ  ପର ଘରେ ମୂଲ ଲାଗୁଛି ତୋ ଆଉ କିଏ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଏଠି ପାଣି ଫଟକା ଭଳି ଫାଟି ଯାଇଛି  ।  କେବେ ରାଜ୍ୟ ସରକାର ଏହି ବାଲିଆପାଳ ବାସୀଙ୍କ ଭାତ ହାଣ୍ଡି ଫେରେଇ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା। 

ଅଧିକ ଦେଖନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Baliapal cotton mill has become a haunted house | Argus English