Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗାଡି ବଦଳରେ ଗାଁ ରାସ୍ତା ଦେଇ ଚଲାଇ ଚଲାଇ କରୁଛନ୍ତି ଗୋ ଚାଲାଣ

Odisha

ଗାଡି ବଦଳରେ ଗାଁ ରାସ୍ତା ଦେଇ ଚଲାଇ ଚଲାଇ କରୁଛନ୍ତି ଗୋ ଚାଲାଣ

Jitendra Dash
Browse all articles by Jitendra Dash
·2 years ago·1 min read
ଗାଡି ବଦଳରେ ଗାଁ ରାସ୍ତା ଦେଇ ଚଲାଇ ଚଲାଇ କରୁଛନ୍ତି ଗୋ ଚାଲାଣ

ଅର୍ଗସ ବ୍ୟୁରୋ : ଗୋ ଚାଲାଣର ନୂଆ ତରିକା, ଜାତୀୟ ରାଜପଥରେ ଗାଡି ବଦଳରେ ଗାଁ ରାସ୍ତା ଦେଇ ଚଲାଇ ଚଲାଇ ଗୋ ଚାଲାଣ କରାଯାଉଛି । ସୋର ଥାନା ପାଖର ପଞ୍ଚାୟତ ମଲ୍ଲିପୁର ଛକ ନିକଟରୁ ୨୦ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସାତ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ସୋର ପୋଲିସ । ଆଜି ମଧ୍ୟାହ୍ନ ସମୟରେ ବେତଡ଼ାରୁ ସାହସପୁରାକୁ ୨୦ଟି ଗୋରୁଙ୍କୁ ଚଲାଇ ଚଲାଇ ୭ ଜଣ ବ୍ୟକ୍ତି ଚଲାଇ ଚଲାଇ ନେଉଥିବା ବେଳେ ସ୍ଥାନୀୟ ଗୋସେବକ ମାନେ ସେମାନଙ୍କୁ ଅଟକାଇ ସୋର ପୋଲିସକୁ ଖବର ଦେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨୦ ଟି ଗୋରୁଙ୍କୁ ଉଦ୍ଧାର କରି ସୋର ଗୋଶାଳାରେ ରଖିବା ସହିତ ୭ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗୋରୁ ବେପାରୀ ମାନେ ଗୋଚାଲାଣ ପାଇଁ ଏହିପରି ଭାବରେ କିଛି ଲୋକଙ୍କୁ ଦରମା ଦେଇ ଚଲାଇ ଚଲାଇ ଗୋଚାଲାଣ କରୁଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ କିଛି ଗୋସେବକ । ପୋଲିସ ସଠିକ ଭାବେ ତଦନ୍ତ କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
baleswar cow smuggling | Argus English