Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କମିଲା ଆଳୁ ଦର ! ଚାହୁଁ ଚାହୁଁ ଖାଲି ହୋଇଗାଲା ଦୁଇ ଟ୍ରକ

Odisha

କମିଲା ଆଳୁ ଦର ! ଚାହୁଁ ଚାହୁଁ ଖାଲି ହୋଇଗାଲା ଦୁଇ ଟ୍ରକ

Jitendra Dash
Browse all articles by Jitendra Dash
·2 years ago·2 min read
କମିଲା ଆଳୁ ଦର ! ଚାହୁଁ ଚାହୁଁ ଖାଲି ହୋଇଗାଲା ଦୁଇ ଟ୍ରକ

ଅର୍ଗସ ବ୍ୟୁରୋ : କମିଲା ଆଳୁ ଦର ! ଲମ୍ବା ଲାଇନ ଲଗାଇ ଆଳୁ ବୋହିନେଲେ ଲୋକେ । ୫୦ କେଜି ଆଳୁ ମିଳିଲା ମାତ୍ର ୩୦୦ ଟଙ୍କାରେ । ଯାହାକୁ ନେବା ପାଇଁ ଲୋକଙ୍କ ଭିରତେ ଲାଗିଲା ପ୍ରତିଯୋଗିତା । ଏପରି ଘଟଣା ଦେଖବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେମୁଣା ଅଞ୍ଚଳରେ । ଯେଉଁ ବସ୍ତାରେ ରହିଛି ୫୦ କେଜି ଆଳୁ ଆଉ ଦାମ ରହିଛି ମାତ୍ର ୩୦୦ ଟଙ୍କା । କିଏ ଘରପାଇଁ ନେଉଛି ତ କିଏ ବନ୍ଧୁଘର ପାଇଁ, ପୁଣି ଆଉ କିଏ ହୋଟେଲ ପାଇଁ ବୋହୁ ନେଉଛନ୍ତି ଆଳୁ । ବେଙ୍ଗାଲୁର ବର୍ଦ୍ଧନରେ ନୂଆ ଆଳୁ କୋଲ୍ଡ ଷ୍ଟୋରକୁ ଆସିବା ପୂର୍ବରୁ ଏହି ବଳକା ଆଳୁକୁ ଏବେ ବାଲେଶ୍ଵର ବଜାରରେ ବିକ୍ରୀ କରୁଛନ୍ତି ବାଲେଶ୍ୱର ବେପାରୀ ।

ଆଳୁ ଟ୍ରକରେ ଥିବା ଆଳୁ ବସ୍ତା ପ୍ରତି ମାତ୍ର ତିନିଶହ ଟଙ୍କାରେ ବିକ୍ରୀ ହେବା କଥା ଶୁଣିବାପରେ ଦିନକ ପୂର୍ବରୁ ଯାତ୍ରା ଟିକେଟ୍ ପରି ଆଗୁଆ ଟୋକନ କାଟିଥିଲେ ଲୋକେ । ଗତ କାଲି ସକାଳୁ ଲମ୍ବା ଲାଇନରେ ଅପେକ୍ଷା କରିଥିଲେ ଖାଉଟି । ଆଳୁ ବିକ୍ରୀ ହେବା ମାତ୍ରେ କିଏ ମୁଣ୍ଡରେ ତ, କିଏ ମୋଟର ସାଇକେଲ ଓ ଆଉ କିଏ ସ୍କୁଟି ସାଇକେଲ ପଛରେ ବୋହି ନେବାରେ ବ୍ୟସ୍ତ ରହିଥିଲେ । ଲାଜରେ ଅନେକ ଘର ପାଇଁ ନେବା କଥା କହୁଛନ୍ତି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରୁ ଓଡିଶାକୁ ପ୍ରତିଦିନ ଆଳୁ ରପ୍ତାନୀ ହୋଇଥାଏ । ଓଡିଶାରେ ଆଳୁ ବସ୍ତାରେ ଥିବା ୫୦ କେଜି ପ୍ରତି ୭ଶହ ୨୦ ଟଙ୍କାରୁ ୭୫୦ ଟଙ୍କାରେ ମିଳୁଛି । ହେଲେ ବେଙ୍ଗାଲୁରେ ନୂଆକୁ କୋଲ୍ଡ ଷ୍ଟୋରକୁ ଆସିବା ପୂର୍ବରୁ ଗତବର୍ଷରୁ ଗଚ୍ଛିତ ଥିବା ଛୋଟ୍ ଛୋଟ ଆଳୁ ବସ୍ତାକୁ ଅତି କମଦାମରେ ବିକ୍ରୀ କରିଦିଆ ଯାଉଛି । ଯାହାକୁ ରେମୁଣା ଅଞ୍ଚଳର ଜଣେ ଆଳୁ ବ୍ୟବସାୟୀ ଅତି କମ ଦାମରେ ଆଣି ବାଲେଶ୍ବରରେ ବିକ୍ରୀ କରୁଥିବାରୁ ଲୋକେ ଅଧିକ ଖର୍ଚ୍ଚ ବଦଳରେ କମରେ ପାଉଥିବାରୁ ନେଇ ଯାଉଛନ୍ତି ଆଳୁ ।
 

Sponsored
balasore price less potato | Argus English