ଯେତେ ଖୋଳିଲେ ସେତେ ମିଳୁଛି, ଟଙ୍କାର ପାହାଡ଼ ବଢ଼ି ଚାଲିଛି
·2 years ago

ଅର୍ଗସ ବ୍ୟୁରୋ : ଯେତେ ଖୋଳିଲେ ସେତେ ମିଳୁଛି, ଟଙ୍କାର ପାହାଡ଼ ବଢ଼ି ଚାଲିଛି । ବଲାଙ୍ଗିରରୁ ପୁଣି ବିପୁଳ ଟଙ୍କା ଜବତ ହୋଇଛି । ସୁଦପଡ଼ାର ଅନ୍ୟତମ ମ୍ୟାନେଜର ବଣ୍ଟି ସାହୁ ଘରୁ ମିଳିଲା ୧୫ ପେଟି ଓ ୫ଟି ବଡ଼ ବ୍ୟାଗରେ ଭର୍ତ୍ତି ଟଙ୍କା । ଆନୁମାନିକ ୩୦ କୋଟି ଟଙ୍କା ଜବତ ହୋଇଛି । କଡ଼ା ସୁରକ୍ଷା ଭିତରେ ଟଙ୍କା ଆଣିଲା ଆୟକର ବିଭାଗ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ ଆଜି ଭୂବନେଶ୍ବର ସ୍ଥିତ ଆଇଟି ମୁଖ୍ୟ କାର୍ଯ୍ୟାଳୟରେ ମଦବେପାରୀ ସଂଞ୍ଜୟ ସାହୁ, ଦୀପକ ସାହୁ ଏବଂ ବଳଦେବ ଗ୍ରୁପ ଅଫ କମ୍ପାନୀର କର୍ମକର୍ତ୍ତା ହାଜର ହେବା ନେଇ ସୂଚନା ରହିଛି । ତିନି ଦିନ ହେଲା ଟଙ୍କା ପାହାଡ଼ର ଗୁମର ଖୋଲିବାରେ ଲାଗିଛନ୍ତି ଆଇଟି ଅଧିକାରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: