IICଙ୍କ ଗାଡ଼ି ଧକ୍କା : ଜଣେ ମୃତ, ଜଣେ ଗୁରୁତର
·2 years ago·1 min read

ଅର୍ଗସ ବ୍ୟୁରୋ : ପୋଲିସ ଆଇଆଇସିଙ୍କ ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଣେ ମୃତ ଜଣେ ଗୁରୁତର । ଟିଟିଲାଗଡ଼ ଆଇଆଇସି ମନୋଜ ପ୍ରଧାନଙ୍କ ଗାଡି ଧକ୍କା ହୋଇଥିବା ସୁଚନା । ତେବେ ଆଜି ବରଗଡ଼ ରୁ ବଲାଙ୍ଗୀର ଫେରୁଥିବା ବେଳେ ଛତାମଖନା ଛକ ନିକଟରେ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା ।'
ଅଧିକ ପଢନ୍ତୁ ଓଡ଼ିଶା ଖବର
ପାଲେଶ୍ୱର ଘିବେଲା ଓ ତାଙ୍କ ସ୍ତ୍ରୀ ପିଙ୍କି ଘିବେଲାକୁ ଗାଡିଧକ୍କା ଦେଇଥିଲା । ନିକଟରେ ଥିବା ଗଛକୁ ମଧ୍ୟ ପିଟିଥିଲା । ଫଳରେ ଘଟଣାସ୍ଥଳରେ ପାଳେଶ୍ୱରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଆଇଆଇସି ମଧ୍ୟ ଗୁରୁତର ଥିବା ବେଳେ ତାଙ୍କୁ ବଲାଙ୍ଗୀର ଭିମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଗୁରୁତର ମହିଳାଙ୍କ ସ୍ଥିତି ସଙ୍ଗିନ ଥିବା ବେଳେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିବା ନେଇ ସୂଚନା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: