Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ନାହିଁ ସରକାରଙ୍କ ନଜର, ହଜିବାକୁ ବସିଲାଣି ଖାରବେଳ ରାଜାଙ୍କ ଗୁମାଗଡ଼

Odisha

ନାହିଁ ସରକାରଙ୍କ ନଜର, ହଜିବାକୁ ବସିଲାଣି ଖାରବେଳ ରାଜାଙ୍କ ଗୁମାଗଡ଼

Jitendra Dash
Browse all articles by Jitendra Dash
·2 years ago·2 min read
ନାହିଁ ସରକାରଙ୍କ ନଜର, ହଜିବାକୁ ବସିଲାଣି ଖାରବେଳ ରାଜାଙ୍କ ଗୁମାଗଡ଼

ଅର୍ଗସ ବ୍ୟୁରୋ : ଦିନ ଥିଲା ରାଜତନ୍ତ୍ରର ଯୁଗ ଥିଲା । ସେତେବେଳେ ରାଜା ମାନେ ନିଜ ଅଞ୍ଚଳ ଓ ରାଜ୍ୟର ଥିଲେ ଶାସନ କର୍ତ୍ତା । ନିର୍ମାଣ କରୁଥିଲେ ଅତି ସୁନ୍ଦର ଓ ମନୋରମ ଓ କଳା ଭାସ୍କର୍ଯ୍ୟର ନିଖୁଣ କଳା କାର୍ଯ୍ୟର ନିଦର୍ଶନ ପୂର୍ଣ୍ଣ ଦୁର୍ଗ, ରାଜପ୍ରସାଦ, ମନ୍ଦିର । ବର୍ତ୍ତମାନ କିନ୍ତୁ ଆଉ ରାଜତନ୍ତ୍ର ଯୁଗ ନାହିଁ କିନ୍ତୁ ଛାଡି ଯାଇଛନ୍ତି ସ୍ମୃତି । ଯାହା ଆଜି ଆମ ପାଇଁ ଇତିହାସ ଆଜି ଆମେ ରାଜତନ୍ତ୍ରର ସ୍ମୃତିକୁ ଦେଖୁଛୁ ।

ବଲାଙ୍ଗୀର ଜିଲ୍ଲା ସଦର ମହକୁମାରୁ ୪୫କିଲୋ ମିଟର ଓ ତୁଷୁରାରୁ ୧୦କିଲୋମିଟର ପାହାଡ଼ ପର୍ବତ ଘେରା ଆଦିବାସୀ ଅଞ୍ଚଳ । କାହିଁ ଆବାହନ କାଳରୁ ଚିର ଶ୍ରୋତା ତେଲ ନଦୀ ଓ ରାହୁଲ ନଦୀର ସଙ୍ଗମରେ ଥିବା ଐର ରାଜ ଖାରବେଳଙ୍କ ଗୁମାଗଡ଼ । ଇତିହାସ କହେ ଏହି ଗଡ଼ ଐର ରାଜ ଖାର ବେଳଙ୍କ ଆଠ ଟି ଗଡ଼ ମଧ୍ୟରୁ ଗୋଟିଏ  ।  ଏହା ରାଜାଙ୍କ ଅମାର ଥିଲା । ଏହି ଗଡ଼ରେ ପ୍ରଜା ମାନେ ଦେଉଥିବା ଖଜଣା ଆକାରରେ  ଉତ୍ପାଦିତ ଧାନ ଶସ୍ୟ ମହଜୁଦ ରଖୁ ଥିଲେ । ସେଇ ସମୟରେ ଯୋଗାଯୋଗ ପାଇଁ ଜଳ ପଥର ସାହାଯ୍ୟରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ଜଳ ପଥର ବ୍ୟବହାର କରୁଥିଲେ । ଦୁଇଟି ନଦୀର ସଙ୍ଗମ ସ୍ଥଳରେ ଅବସ୍ତିତ ଥିବାରୁ ଏଠି ଗୁମାଗଡ଼ ନିର୍ମାଣ କରିଥିଲେ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଥମେ ରାଜା ଏଠାରେ ପାଟଖଣ୍ଡା ଯାତ୍ରା କରୁଥିଲେ । ଏଠାରେ ପ୍ରତି ବର୍ଷ ଦଶହରାରେ ମା' ପାଟଖଣ୍ଡାଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ପାଟଖଣ୍ଡା ଯାତ୍ରା ୧୬ ଦିନ ଧରି ଚାଲିଥାଏ । ଏଠି ମା' ପାଟଖଣ୍ଡାଙ୍କ ଯାତ୍ରା ହେଉଥିବାରୁ ଦୁର ଦୁରାନ୍ତରୁ ମାନସିକ ଧାରୀ ମାନେ ଆସି ଆଶୀର୍ବାଦ ଭିକ୍ଷା କରିଥାନ୍ତି । ନବମୀ ତିଥିରେ ମା'ଙ୍କ ଶେଷ ଦିନରେ ପ୍ରଥା ଅନୁଯାଇ, ମାନସିକ ଧାରୀ ଭକ୍ତ ମାନେ ଆଣି ଥିବା ବୋଦା, ପୋଢ଼, କୁକୁଡ଼ାଙ୍କୁ ବଳି ଦେଇଥାନ୍ତି । 

ହେଲେ ଦୁଃଖର ବିଷୟ ପର୍ଯ୍ୟଟକ ମାନଙ୍କ ପାଇଁ ବର୍ତମାନ ପର୍ଯ୍ୟନ୍ତ ଭଲ ରାସ୍ତା ଟିଏ ବି ନାହିଁ । ସରକାର ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟଟନ ପାଇଁ ଖର୍ଚ୍ଚ କରୁଛନ୍ତି । ହେଲେ ଆଜି ବି ଗୁମାଗଡ଼ ପର୍ଯ୍ୟଟନ ସ୍ଥଳୀ ଅବହେଳିତ । ସ୍ଥାନୀୟ ନିର୍ବାଚିତ ପ୍ରତିନିଧି କିମ୍ବା ସରକାରୀ ପ୍ରଶାସନର ନଜର ପଡୁ ନାହିଁ । ଏହି ଐତିହାସିକ ଜାଗା ପ୍ରଚାର ପ୍ରସାରରେ ଆଜି ଅବହେଳିତ । କେବଳ ଇତିହାସର ମୁକ ସାକ୍ଷୀ ହିସାବରେ ରହିଛି ।  
 

Argus Whatsapp Channel Mobile Top
Sponsored