Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଲେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି

Odisha

ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଲେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି

Jitendra Dash
Browse all articles by Jitendra Dash
·2 years ago
ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଲେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି

ଅର୍ଗସ ବ୍ୟୁରୋ : ବଲାଙ୍ଗୀର ପୁଇଁତଲା ବ୍ଲକ ବୁବେଳ ଗାଁରେ ଫସଲ ନଷ୍ଟ ଯୋଗୁଁ ଚାଷୀ ଆତ୍ମହତ୍ୟା । ମୃତ ଚାଷୀ ରମେଶ ଭୋଇଙ୍କ ଘରେ ପହଞ୍ଚିଲା ବିଜେପି ପ୍ରତିନିଧି ଦଳ । ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରୁଛନ୍ତି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ ସାହୁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହାପରେ ଉଜୁଡିଥିବା ଚାଷ ଜମିକୁ ଅନୁଧ୍ୟାନ କରିଛନ୍ତି ବିଜେପି ଟିମ୍ । ହାତ ଉଦ୍ଧାରି କରି ୧୦ ଏକର ଜାଗାରେ ଧାନ ଚାଷ କରିଥିଲେ ରମେଶ । ଫସଲରେ ଚକଡା ପୋକ ମାଡି ଯାଇଥିଲା । କୀଟନାଶକ ପ୍ରୟୋଗ କରିଥିଲେ ବି ନିୟନ୍ତ୍ରଣକୁ ନ ଆସିବାରୁ ଶେଷରେ ରମେଶ ସେହି ବିଲରେ ହିଁ ବିଷ ପିଇ ଆତ୍ମହତ୍ୟା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Balangir Farmer suicide case | Argus English