|
logo
Live

Argus News - କିଛି ମାସ ଭିତରେ ଧରାପଡି ଗିରଫ ହେଲେଣି ୭ ନକଲି ଶିକ୍ଷକ

Odisha

କିଛି ମାସ ଭିତରେ ଧରାପଡି ଗିରଫ ହେଲେଣି ୭ ନକଲି ଶିକ୍ଷକ

Jitendra Dash
Browse all articles by Jitendra Dash
·2 years ago·2 min read
କିଛି ମାସ ଭିତରେ ଧରାପଡି ଗିରଫ ହେଲେଣି ୭ ନକଲି ଶିକ୍ଷକ

ଅର୍ଗସ ବ୍ୟୁରୋ : ପୁଣି ବଲାଙ୍ଗୀର ଜିଲ୍ଲାରେ ଧରାପଡିଲେ ଜାଲ ଶିକ୍ଷକ I ଜାଲ ସାର୍ଟିଫିକେଟରେ ଚାକିରି କରୁଥିବା ଶିକ୍ଷକଙ୍କ ପ୍ରତି ଆକ୍ସନ ନେଇଛି ପୋଲିସ  । ଗତ କିଛି ମାସ ଭିତରେ ୭ ଜଣ ନକଲି ଶିକ୍ଷକ ଧରାପଡି ଗିରଫ ହୋଇଛନ୍ତି । ଜାଲ ସାର୍ଟିଫିକେଟରେ ଚାକିରି କରି ପୁଣି ବନ୍ଧା ହୋଇଛନ୍ତି ଆଉ ଜଣେ ହାଇସ୍କୁଲ ଶିକ୍ଷକ । ଗିରଫ ଶିକ୍ଷକ ନାଁ ଭକ୍ତକୁମାର ସେଠ୍ । ଆଗଲପୁର ବ୍ଳକ ଡୁଡୁକା ପଲ୍ଲୀଶ୍ରୀ ହାଇସ୍କୁଲ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଶିକ୍ଷକ ଶିକ୍ଷାଗତ ଯୋଗ୍ୟତା ନେଇ ଛାନଭିନ ଚାଲିଥିବା ବେଳେ ତାଙ୍କର ବିଇଡି ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଥିଲା I ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷାଧିକାରୀ ନକଲି ଶିକ୍ଷକଙ୍କ ନାଁରେ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଅଭିଯୋଗକୁ ଭିତ୍ତିକରି ଆଜି ପୋଲିସ ତାଙ୍କୁ ଗିରଫ କରିଛି । ଗତ ୨ ତାରିଖ ଦିନ ଗୁଡ଼ଭେଲା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବିଆରସିସି ଶ୍ୟାମସୁନ୍ଦର ପଧାନକୁ ଜାଲ ବିଇଡି ସାର୍ଟିଫିକେଟ ଓ ମାର୍କସିଟ୍ ଦେଇ ଚାକିରି ହାତେଇଥିବା ନେଇ ଅଭିଯୋଗ ପରେ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ସେହିଭଲି ଗତ କିଛିଦିନ ତଳେ ବଲାଙ୍ଗୀର ଏବିଇଓ ଶ୍ୟାମସୁନ୍ଦର ମେଣ୍ଡିଲୀ ଜାଲ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ନେଇ ଧରାପଡ଼ିବା ପରେ ଚାକିରିରୁ ବିଦା କରାଯାଇଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଏବିଇଓ ଫେରାର୍ ଅଛନ୍ତି I 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବଲାଙ୍ଗୀର ଜାଲ ସାର୍ଟିଫିକେଟ ରାକେଟ ଧରା ପଡ଼ିବା ପରେ ବଲାଙ୍ଗୀର ଜିଲ୍ଲାର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗ ହେଉଛି । ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ସମ୍ପୃକ୍ତ ୟୁନିଭର୍ସିଟିକୁ ପଠା ଯାଇଥିଲା । ଜିଲ୍ଲାର ୪ ଜଣ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଜାଲ ସାର୍ଟିଫିକେଟରେ ଚାକିରି କରୁଥିବା ନେଇ ତଦନ୍ତରୁ ଜଣାପଡ଼ିଥିଲା । ଏତଲା ପରେ ଟାଉନ୍ ଥାନା ପୋଲିସ ପୁଇଁତଳା ବ୍ଲକ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା I ଏବେବି ଅନ୍ୟ ତିନିଜଣ ଫେରାର୍ ଅଛନ୍ତି I
 

Sponsored
କିଛି ମାସ ଭିତରେ ଧରାପଡି ଗିରଫ ହେଲେଣି ୭ ନକଲି ଶିକ୍ଷକ | Argus English