Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି ଧୋକା : ଉଦଘାଟନ କରାଇଲେ କାର୍ଯ୍ୟକ୍ଷମ କରାଇଲେ ନାହିଁ

Odisha

ପୁଣି ଧୋକା : ଉଦଘାଟନ କରାଇଲେ କାର୍ଯ୍ୟକ୍ଷମ କରାଇଲେ ନାହିଁ

Jitendra Dash
Browse all articles by Jitendra Dash
·2 years ago·2 min read
ପୁଣି ଧୋକା : ଉଦଘାଟନ କରାଇଲେ କାର୍ଯ୍ୟକ୍ଷମ କରାଇଲେ ନାହିଁ

ଅର୍ଗସ ବ୍ୟୁରୋ : କଲର ଫୁଲ ଓ ଚକାଚକ୍ ବିଲଡିଂ । ପିଇବା ପାଣି ଠୁ ନେଇ ଇଲେକ୍ଟ୍ରିସିଟି ଓ ସିସିଟିଭି କ୍ୟାମେରା । ସଫା ସୁତୁରା ସେଟ । ସବୁ ଠିକ୍ ଠାକ୍ । କିନ୍ତୁ ଏ ସବୁ ସୁବିଧା ପାଇଁ ଜଣେ ବି ଲୋକ ନାହିଁ । ଖାଲି ପଡି ପଡି ଖତ ଖାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ । ତିଆରି ହୋଇଥିବା ଆମ ବସଷ୍ଟାଣ୍ଡ ଏବେ ଖତ ଖାଉଥିବା ସ୍ଥାନୀୟ ଲୋକେ ମାନେ ଅଭିଯୋଗ କରିଛନ୍ତି । 

ବଙ୍ଗୋମୁଣ୍ଡାରୁ ନୂଆପଡା ଜିଲ୍ଲା, କଲାହାଣ୍ଡି ଜିଲ୍ଲା ଓ ବଲାଙ୍ଗିର ଜିଲ୍ଲାର ଲୋକେ ଏହି ବସଷ୍ଟାଣ୍ଡ ଉପରେ ନିର୍ଭର କରନ୍ତି । କିନ୍ତୁ ଏବେ ଏ ନିର୍ଭର ପାଲଟିଛି ଦୁର୍ଘଟଣା । ବଙ୍ଗୋମୁଣ୍ଡା ଠାରେ ବସଷ୍ଟାଣ୍ଡ ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହୋଇନଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଯଦି କାର୍ଯ୍ୟକାରୀ ହେବାର ନ ଥିଲା ତେବେ ତରବରିଆ ଭାବେ ତିଆରି କରି ତରବରିଆ ଭାବେ କାହିଁକି ଉଦଘାଟନ ହେଲା ବୋଲି ପ୍ରଶ୍ନ କରିଛନ୍ତି ଯାତ୍ରୀ ।

ଆମ ବସ ଷ୍ଟାଣ୍ଡ ଯୋଜନାରେ ଗତ ୨୦୨୩ ମସିହା ଅଗଷ୍ଟ ୨୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ଶୁଭ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଲୀର ବଙ୍ଗୋମୁଣ୍ଡା ବ୍ଲକର ନୂତନ ବସଷ୍ଟାଣ୍ଡକୁ ଉଦଘାଟନ ବି କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ବଙ୍ଗୋମୁଣ୍ଡା ବସଷ୍ଟାଣ୍ଡ ପରିସରରେ ଉଦଘାଟନ କାର୍ଯ୍ୟକ୍ରମରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସହ ବିଭାଗର ଅଧିକାରୀ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ପାଖାପାଖି ୫୦ ଲକ୍ଷ ଟଙ୍କାରେ ତିଆରି ହୋଇଥିଲେ ବି ଏବେ ଖତ ଖାଉଛି ବସଷ୍ଟାଣ୍ଡ । ସେପଟେ ବଙ୍ଗୋମୁଣ୍ଡା ବିଡିଓ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।

ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇ ଉଦଘାଟନ ସରିଛି । ହେଲେ ଉଦଘାଟନର ୬ ମାସ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଉନୁ । ଯାହା ଫଳରେ ସାଧାରଣ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶୀଘ୍ର ଏହି ଆମ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ଲୋକେ ଦାବି ବି ମଧ୍ୟ କରିଛନ୍ତି ।
 

Sponsored
balangir bangamunda bus stand issue | Argus English