|
logo
Live

Argus News - ଦୀପ ଲିଭିବା ବେଳକୁ ଜୋର୍ ରେ ଜଳେ -ବାହିନୀପତି

Odisha

ଦୀପ ଲିଭିବା ବେଳକୁ ଜୋର୍ ରେ ଜଳେ -ବାହିନୀପତି

Smruti Parija
Browse all articles by Smruti Parija
·2 years ago·1 min read
ଦୀପ ଲିଭିବା ବେଳକୁ ଜୋର୍ ରେ  ଜଳେ -ବାହିନୀପତି

ଭୁବନେଶ୍ୱର: ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ତେଜୁଛି ରାଜନୀତି । ଅମ୍ବାଭୋନା ଥାନା ଆକ୍ରମଣ ଘଟାଣାରେ 100ରୁ ଅଧିକଙ୍କ ବିରୋଧରେ ରୁଜ୍ଜୁ ହୋଇଛ ମାମଲା । କିନ୍ତୁ ଏଯାଏ ମାତ୍ର 6 ଜଣଙ୍ଗୁ ଗିରପ କରି ହାତ ବାନ୍ଧି ବସିଛି ପୋଲିସ । ତେବେ କେଉଁ ଅଦୃଶ୍ୟ ଶକ୍ତି ଚାପରେ ପୋଲିସ ଚାପି ହୋଇଯାଇଛି ତାକୁ ନେଇ ରାଜ୍ୟ ରାଜନୀତିରେ ତୁମ୍ବି ତୋଫାନ ହେଉଥିବାବେଳେ ରାଜ୍ୟ ସରକାରଙ୍କୁ ସିଧା ସିଧା ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।

ଅମ୍ବାଭୋନା ଥାନା ଆକ୍ରମଣ ମାମଲାରେ ପୋଲିସର ଶିଥିଳ ଆକ୍ସନ

ଦୀପ ଲିଭିବା ବେଳକୁ ଜୋରେ ଜଳେ । ଥାନା ଭିତରେ ପଶିକି ଭଙ୍ଗାରୁଜା କରିବା ଆଉ ସେଥିରେ ୨୫ ବର୍ଷର ସରକାରରେ ପୂର୍ବତନ ମନ୍ତ୍ରୀ ଓ ତାଙ୍କ ଲୋକମାନେ ଉତପୃତ ଭାବେ ଜଡ଼ିତ ରହିବା । ଏବଂ ପୋଲିସ ବିଧାୟକଙ୍କୁ ଗିରଫ ନ କରିବା ଏକ ଦୁର୍ଭାଗ୍ୟଜନକ କଥା । ପୋଲିସର ଅଧିକାର ଅଛି ସନ୍ଧେହ ହେଲେ ଚେକ୍ କରିବ । କିନ୍ତୁ ସେ ଅଧିକାରକୁ ଛିହ୍ନ କରିବା ପାଇଁ ଆଉ ସେ ଅଧିକାରକୁ ଉଠାଇ ଦେବା ପାଇଁ ବିଜେଡିର ହେଉଛି ଏହା ଏକ ପ୍ରୟାସ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମନ୍ତ୍ରୀ ଜାଣିନାହାନ୍ତି ଥାନା ଭଙ୍ଗାରୁଜା !

ନିର୍ବାଚନ ପୂର୍ବରୁ ଥାନା କବଜା କରିବାର ଇଏ ଏକ ଟ୍ରାଏଲ ଦେଇଛି ବିଜେଡ଼ି । ସେମାନେ ପୋଲିସକୁ ଚେତାବନୀ ଦେଇଛନ୍ତି କି  ଆମେ ଯେତେବେଳେ ଯାହା ଚାହିଁବୁ କରିବୁ । ବିଜୁ ଜନତା ଦଳର ବିଧାୟକ କର୍ମୀମାନଙ୍କ ଜରିଆରେ ଅମ୍ବାଭୋନା ଥାନା ଭଙ୍ଗା ରୁଜା କରି ତାହାର ଏକ ଝଲକ ଦେଖାଇଛନ୍ତି ବୋଲି କହିଛନ୍ତି ତାରା ବାହିନୀପତି । 


 

Sponsored
ଦୀପ ଲିଭିବା ବେଳକୁ ଜୋର୍ ରେ ଜଳେ -ବାହିନୀପତି | Argus English