Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବ୍ରିଜ ତଳକୁ ଅଟୋ ଖସି ଚାଳକ ମୃତ

Odisha

ବ୍ରିଜ ତଳକୁ ଅଟୋ ଖସି ଚାଳକ ମୃତ

Ritu Das
Browse all articles by Ritu Das
·2 years ago·1 min read
ବ୍ରିଜ ତଳକୁ ଅଟୋ ଖସି ଚାଳକ ମୃତ

ଅର୍ଗସ ବ୍ୟୁରୋ: ବ୍ରିଜ ତଳକୁ ଅଟୋ ଖସି ଯାତ୍ରୀବାହୀ ଚାଳକ ମୃତ। ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ତେଲିମୁଣ୍ଡା ନିକଟ ବ୍ରିଜର ୨୦ଫୁଟ ତଳକୁ ଖସିଲା ଅଟୋ। ମୃତକ ହେଲେ ରତଙ୍ଗ ପଞ୍ଚାୟତ ଡେଲାପଦର ଗ୍ରାମର କାର୍ତ୍ତିକ ମାଝୀଙ୍କ ପୁଅ ସିଦ୍ଧାନ୍ତ ମାଝୀ (୨୨) l ସିଦ୍ଧାନ୍ତ ଗତକାଲି ରାତି ୮ଟାରେ ଭଡ଼ା ସୂତ୍ରରେ ନିଜ ଅଟୋରେ କିଛି ଯାତ୍ରୀଙ୍କୁ ନେଇ ନୂଆପଦରରେ ହେଉଥିବା  କାଳୀ ପୂଜା ଯାତ୍ରାକୁ ଯାଇଥିଲେ। କିନ୍ତୁ  ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ ଆଜି ସକାଳୁ ବନ୍ଧ ଗଡ଼ ନିକଟ ତେଲିମୁଣ୍ଡା ବ୍ରିଜ ତଳେ ପାଣି ଭିତରେ ଏକ ଅଟୋ ବୁଡ଼ି ରହିଥିବା ଦେଖିବାକୁ ମିଳିଥିଲା। 

ଖବର ପାଇ ଫିରିଙ୍ଗିଆ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ଅଟୋଟିକୁ ବାହାର କରିବା ବେଳେ ପାଣି ଭିତରେ ଥିବା ସିଦ୍ଧାନ୍ତଙ୍କ ମୃତଦେହ ବାହାର କରାଯାଇ ଶବ ବ୍ୟବଚ୍ଛେଦ କରିବା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ତେବେ କେଉଁ ପରିସ୍ଥିତିରେ ସିଦ୍ଧାନ୍ତଙ୍କ ଅଟୋଟି ବ୍ରିଜ ତଳକୁ ଖସିଲା ଓ କିଭଳି ଭାବେ ତାଙ୍କର ମୃତ୍ୟ ଘଟିଲା ତାହାର ଅଧିକ ତଦନ୍ତ ଫିରିଙ୍ଗିଆ ପୋଲିସ ଆରମ୍ଭ କରିଛି। 

ଓଡିଶା ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Auto plunges | Argus English