Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ATM କ୍ୟାସ ଚ୍ୟାମ୍ବରରେ ଅଠା ପଟି, ବାହାରି ପାରୁନି ଟଙ୍କା

Odisha

ATM କ୍ୟାସ ଚ୍ୟାମ୍ବରରେ ଅଠା ପଟି, ବାହାରି ପାରୁନି ଟଙ୍କା

Smruti Parija
Browse all articles by Smruti Parija
·2 years ago·1 min read
ATM କ୍ୟାସ ଚ୍ୟାମ୍ବରରେ ଅଠା ପଟି, ବାହାରି ପାରୁନି ଟଙ୍କା

ଭଦ୍ରକ: ଭଦ୍ରକରେ ATM କ୍ୟାସ ଚ୍ୟାମ୍ବରରେ ଅଠା ପଟି, ବାହାରି ପାରୁନାହିଁ ଟଙ୍କା । ଏମିତି ଅଭିଯୋଗ ଆସିଛି ଭଦ୍ରକ ସହରରେ ରାଜଘାଟ ଛକ ନିକଟରେ ଥିବା SBI, ATM ରେ । ଏହି ATMରେ ପିନ୍ ଦେବା ପରେ ଟଙ୍କା ବାହାରିବା ଶବ୍ଦ ଶୁଭୁଛି । ଟଙ୍କା ଆକାଉଣ୍ଟରୁ କଟିଲା ବୋଲି ମୋବାଇଲର ମେସେଜ ଆସୁଛି । ହେଲେ  ଟଙ୍କା ବାହାରୁ ନାହିଁ । ଜଣେ ନୁହେଁ ଅନେକ ଲୋକ ଏମିତି ଘଟଣା ଶିକାର ହୋଇଛନ୍ତି । ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏନେଇ ସୂଚନା ଦିଆଯାଇଥିଲା ।  

କିନ୍ତୁ ଏଟିଏମ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ମେସିନ ଖୋଲାଯିବା ପରେ ଜଣାପଡିଛି ଯେ ଏ ହେଉଛି ଅଜଣା ଦୁର୍ବୁର୍ତ୍ତଙ୍କ କାମ । ଭଦ୍ରକ ସହରର କୁଆଁଶ ସ୍ଥିତ ଷ୍ଟେଟ ବ୍ୟାଙ୍କ ATM ଏମିତି ପରିସ୍ଥିତି ଉପୁଜିଛି । କେହି ଦୁର୍ବୃତ୍ତ ATM କଭରକୁ ବାହାର କରି ଟଙ୍କା ବାହାରିବା ଚ୍ୟାମ୍ବରରେ ଅଠା ପଟି ଲଗାଇଦେଇଛି । ଲୋକେ ATM ରୁ ଟଙ୍କା ଉଠାଇବା ପରେ ମେସେଜ ଆସୁଥିଲେ ମଧ୍ୟ ଟଙ୍କା ବାହାରୁ ନାହିଁ । ଏମିତିକି ଭଦ୍ରକ ଜିଲ୍ଲା ପୋଲିସ ଆସୋସିଏସନର ସଭାପତି ମଧ୍ୟ ଦୁଇଟି ATM କାର୍ଡରୁ ଉଠାଇଥିବା ଟଙ୍କା ଆକାଉଣ୍ଟରୁ କଟିଯାଇଥିବା ସତ୍ତ୍ୱେ ଟଙ୍କା ପାଇ ନାହାନ୍ତି । 

ଏନେଇ କମ୍ପାନୀ ଏକ୍ସଜୁଟିଭ ଅବିନାଶ ତ୍ରିପାଠୀ କହିଛନ୍ତି ତୁରନ୍ତ ଏନେଇ ସିସିଟିଭି ଫୁଟେଜ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
atm-loot-in-bhadrak | Argus English