|
logo
Live

Argus News - ବିଜେଡି ନେତ୍ରୀଙ୍କ ଗୁଣ୍ଡାଗିରି : ଯିଏ ଭୋଟ ଦେଇଥିଲା, ତା'କୁ ବାଡେଇଲେ !

Odisha

ବିଜେଡି ନେତ୍ରୀଙ୍କ ଗୁଣ୍ଡାଗିରି : ଯିଏ ଭୋଟ ଦେଇଥିଲା, ତା'କୁ ବାଡେଇଲେ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେଡି ନେତ୍ରୀଙ୍କ ଗୁଣ୍ଡାଗିରି :  ଯିଏ ଭୋଟ ଦେଇଥିଲା, ତା'କୁ ବାଡେଇଲେ !

Key Points

  • ବିଜେଡି ନେତ୍ରୀ ସାଜିଲେଣି ଗୁଣ୍ଡା !
  • ଲୋକ ଲଗାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲେ
  • ବିଚ୍‌ ରାସ୍ତାର ଆକ୍ରମଣ, ଭାଇରାଲ ହେଲା ଭିଡିଓ
     

ଅର୍ଗସ ବ୍ୟୁରୋ : ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି କି ବିଜେଡି ନେତ୍ରୀ ? ନିର୍ବାଚନକୁ ଯେସ୍ତେ କେସ୍ତେ ଜିତିବାକୁ ଲୋକ ଲଗାଇ କରୁଛନ୍ତି କି ଆକ୍ରମଣ । କିଛି ଏମିତି ଘଟଣାକୁ ନେଇ ଏବେ ଆଠଗଡରେ ଏବେ ଚର୍ଚ୍ଚା ।  ଆଠଗଡ ବୁଦ୍ଧିଆପାଟଣା ଗାଁର ପ୍ରକାଶ ସ୍ଵାଇଁ । ଯାହାଙ୍କୁ ଲୋକ ଲଗାଇ ବିଜେଡି ନେତ୍ରୀ ଆକ୍ରମଣ କରିଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି । ହେଲେ ସେ ଯୁବକଙ୍କ ଉପରେ ବିଜେଡି ନେତ୍ରୀଙ୍କର କି ରାଗ ? ସର୍ବସମ୍ମୁଖରେ କାହିଁକି ତାଙ୍କୁ ମାଡ ମାରିଲେ ତାହାକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ଶାସକ ଦଳର କର୍ମୀଙ୍କ ଏପରି ଉତ୍ପାତକୁ କିନ୍ତୁ ସବୁଆଡ଼େ ନିନ୍ଦା କରାଯାଉଛି । 

ଆଠଗଡ ୧ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା କେମିତି ବିଭିନ୍ନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରାଜାସ୍ଵାଇଁଙ୍କ ସହ ଯୋଗ ଦେଉଛନ୍ତି । ଫଟୋକୁ ଦେଖିବା ପରେ ଯିଏ ନାହିଁ ସିଏ କହିପାରିବ ମନ୍ତ୍ରୀଙ୍କ ସହ କେତେ ଭଲ ସମ୍ପର୍କ ଶାନ୍ତିଲତାଙ୍କର । ବୋଧହୁଏ ସେଇଥି ଲାଗି ନିଜ ପାୱାରର ଗଲତ ଇସ୍ତମାଲ କରିଛନ୍ତି ଶାନ୍ତିଲତା । କାରଣ ଗତ ପଂଚାୟତ ନିର୍ବାଚନରେ ସ୍ଥାନୀୟ ଭୋଟର ହିଁ ଶାନ୍ତିଲତାଙ୍କୁ ବିଜୟ କରାଇଥିଲେ । ହେଲେ ପାୱାରକୁ ଆସିବା ପରେ ସେହି ଜନତାଙ୍କୁ ବିଚ ରାସ୍ତାରେ ଲୋକ ଲଗାଇ କେମିତି ଜଣେ ନେତ୍ରୀ ମାଡ ମାରିଲେ ? (Alfa) ତାହାକୁ ନେଇ ଏବେ ପ୍ରଶ୍ନ ।

ପ୍ରକାଶଙ୍କ ଅଭିଯୋଗ ଅନୁସାରେ, ସ୍ଥାନୀୟ ନଡୁଆପଡା ଛକରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । କିଛି ଗୁଜବକୁ ନେଇ ତାଙ୍କୁ ଆକ୍ରମଣ କରାଯାଇଛି । ତେବେ ପୂରା ଘଟଣାକୁ ନେଇ ପ୍ରକାଶ ଥାନାରେ ଅଭିଯୋଗ ବି କରିଛନ୍ତି । ଆଉ ମାମଲା ଦାୟର ହେବା ପରେ ଘଟଣାର ତଦନ୍ତ କରୁଛି ପୋଲିସ । ହେଲେ କାହିଁକି ଏମିତି ଘଟଣା ଘଟିଲା ସେନେଇ ଶାନ୍ତିଲତା କିମ୍ବା ମନ୍ତ୍ରୀ ରାଜା ସ୍ଵାଇଁଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇପାରିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

(ଆଠଗଡରୁ ସନ୍ତୋଷ ବାରିକଙ୍କ ରିପୋର୍ଟ)
 

Sponsored
ବିଜେଡି ନେତ୍ରୀଙ୍କ ଗୁଣ୍ଡାଗିରି : ଯିଏ ଭୋଟ ଦେଇଥିଲା, ତା'କୁ ବାଡେଇଲେ ! | Argus English