Videos
|
Odisha

ତୃତୀୟ ଥର ପାଇଁ ପୁରୀ ଜିଲ୍ଲା ବିଜେପି ସଭାପତି ପଦ ଅଳଙ୍କୃତ କଲେ ଆଶ୍ରିତ ପଟ୍ଟନାୟକ

Jitendra Dash
Browse all articles by Jitendra Dash
·2 years ago·2 min read
ତୃତୀୟ ଥର ପାଇଁ ପୁରୀ ଜିଲ୍ଲା ବିଜେପି ସଭାପତି ପଦ ଅଳଙ୍କୃତ କଲେ ଆଶ୍ରିତ ପଟ୍ଟନାୟକ

ଅର୍ଗସ ବ୍ୟୁରୋ : ତୃତୀୟ ଥର ପାଇଁ ପୁରୀ ଜିଲ୍ଲା ବିଜେପି ସଭାପତି ପଦ ଅଳଙ୍କୃତ କଲେ ଆଶ୍ରିତ ପଟ୍ଟନାୟକ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପିପିଲିରେ ରୋଡ଼ ସୋ କରି ଶକ୍ତି ପ୍ରଦର୍ଶନ କଲା ବିଜେପି । ପୁରୀ ଜିଲ୍ଲା ବିଜେପି ସଭାପତି ଭାବେ ତୃତୀୟ ଥର ବିଜେପି ରାଷ୍ଟ୍ରୀୟ ନେତୃତ୍ବ ଓ ରାଜ୍ୟ ନେତୃତ୍ବ ଆଶ୍ରିତ ପଟ୍ଟନାୟକ ଓରଫ ରିକୁ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଆଜି ବିଜେପି ପିପିଲିରେ ଶକ୍ତି ପ୍ରଦର୍ଶନ କରି ୨୦୨୪ ନିର୍ବାଚନ ପାଇଁ ରଣ ହୁଙ୍କାର ଦେଇଛି । ଆଗାମୀ ସାଧାରଣ ନିର୍ବାଚନରେ ପୁରୀ ଜିଲ୍ଲାରେ ଛଅ ଗୋଟି ବିଧାନସଭା ଆସନ ଓ ପୁରୀ ଲୋକ ସଭା ଆସନ ଦଖଲ କରିବାର ଦମ୍ଭକ୍ତି ପ୍ରକାଶ କରିଛି ବିଜେପି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ପିପିଲି ଉତ୍ତରା ଛକ ଠାରୁ ହଜାର ହଜାର ସଂଖ୍ୟାରେ ବାଇକ ଶୋଭା ଯାତ୍ରାରେ ପୁରୀ ଜିଲ୍ଲା ସଭାପତି ଆଶ୍ରିତଙ୍କୁ ସ୍ଵାଗତ କରିଥିଲେ ବିଜେପି କର୍ମୀ । ବାଇକ ଶୋଭାଯାତ୍ରା ପିପିଲି ଉତ୍ତରା ଠାରୁ ବାହାରି ସାତଶଙ୍ଖ ପର୍ଯ୍ୟନ୍ତ ଯାତ୍ରା କରିଥିବା ସମୟରେ ଆଶ୍ରିତଙ୍କୁ  ସ୍ଵାଗତ କରିଥିଲେ । ସେପଟେ ରାଷ୍ଟ୍ରୀୟ ସଭାପତି ଓ ରାଜ୍ୟ ସଭାପତି ପୁଣିଥରେ ଆଶ୍ରିତଙ୍କ ଉପରେ ଭରସା କରିଥିବାରୁ ବିଜେପି ନେତୃତ୍ବଙ୍କୁ ଧନ୍ୟବାଦ ଦେଇଥିଲେ ଆଶ୍ରିତ । 

ଏହି ଶୋଭା ଯାତ୍ରାରେ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ,ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଜେପି ରାଜ୍ୟ ଉପସଭାପତି ପ୍ରଭାତୀ ପରିଡ଼ା, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାସ ସାମିଲ ହୋଇଥିଲେ । ଶେଷରେ ସାତଶଂଖ ବଜାର ଠାରେ ଆଶ୍ରିତ ପଟ୍ଟନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ସଭାମଞ୍ଚର ଆୟୋଜନ ହୋଇଥିଲା । ତେବେ ପ୍ରତି ଛକ ବଜାରରେ ଶହ ଶହ ସଂଖ୍ୟାରେ ମହିଳା ପୁରୁଷ ଆଶ୍ରିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପିପିଲି ରାଜନୀତିକୁ ସରଗରମ କରିଥିବା ବେଳେ ପ୍ରତିଟି ସ୍ଥାନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: