ମୁଖ୍ୟ ଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ କୋର୍ଟ କର୍ମଚାରୀ

ଅର୍ଗସ ବ୍ୟୁରୋ: ନିଲାମ ହେବ ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସାମଗ୍ରୀ । ଠିକାଦାରଙ୍କ 18 ଲକ୍ଷ ଟଙ୍କା ନଦେଇପାରିବାରୁ ନିଲାମ ହେବ । ଭୁବନେଶ୍ବର ସିନିୟର୍ ଡିଭିଜନ ସବ୍ ଜଜଙ୍କ ନିର୍ଦ୍ଦେଶକ୍ରମେ ହେବ ନିଲାମ । ନିଲାମ ପାଇଁ ମୁଖ୍ୟ ଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ କୋର୍ଟ କର୍ମଚାରୀ । କନଷ୍ଟ୍ରକସନ୍ ଇଣ୍ଡିଆର ଠିକାଦାର ଦିନେଶ ପାଠକଙ୍କ ମାମଲାର ଶୁଣାଣି ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ପୂର୍ବରୁ ଏହି ମାମଲାରେ ସମୟ ନେଇଥିଲେ ମୁଖ୍ୟ ଯନ୍ତ୍ରୀ । 1998 ମସିହାରେ ନ' ତାଲା ନିର୍ମାଣ କରିଥିଲେ ଠିକାଦାର । ଏପ୍ରିଲ 29 ତାରିଖରେ ପୂର୍ବରୁ କୋର୍ଟ ଏହିଭଳି ନିର୍ଦ୍ଦେଶ ଦେଇଥିଲେ । ସେ ସମୟରେ ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ସମୟ ନିଆଯାଇଥିଲା । ସମୟ ମଧ୍ୟରେ ଟଙ୍କା ପୈଠ ନକରିବାରୁ ପୁଣି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଏହି ସବୁ ସାମଗ୍ରୀ ନିଲାମ ହେବ । ଗୋଟିଏ ଏକ୍ଜିକ୍ୟୁଟିଭ ଚେୟାର, ଗୋଟିଏ ଏକ୍ଜିକ୍ୟୁଟିଭ ଟେବୁଲ, ୪ଟି ଅଫିସ ଚେୟାର, ଗୋଟିଏ ଡିଜାଇନ୍ଡ ବିଗ୍ ସୋଫା, ୨ଟି ଡିଜାଇନ୍ଡ ସ୍ମଲ୍ ସୋଫା, ଷ୍ଟାଣ୍ଡିଂ AC କ୍ୟାରିଅର ୨ଟି ଏମିତି ୧୬ଟି ସୌଖିନ ଜିନିଷ ନିଲାମ ହେବ ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...