|
logo
Live

Argus News - ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଆରଭି

Odisha

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଆରଭି

Smruti Parija
Browse all articles by Smruti Parija
·2 years ago·2 min read
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଆରଭି

ଭୁବନେଶ୍ଵର:  ବୟସ ମାତ୍ର 3 ବର୍ଷ । ହେଲେ ମୁହଁରୁ ବାହାରୁଛି ଅନର୍ଗଳ ଶ୍ଲୋକ । ଖାଲି ଶ୍ଲୋକ ନୁହେଁ ମୁଖସ୍ଥ କରିଛନ୍ତି ହନୁମାନ ଚାଳିଶା, ଜାତୀୟ ସଂଗୀତ, ବନ୍ଦେ ଉତ୍କଳ ଜନନୀ, ସାଧାରଣ ଜ୍ଞାନ ଓ ରାଇମ୍ସ । ଆଉ ତାଙ୍କର ଏହି କୀର୍ତ୍ତିମାନ ପାଇଁ ମାତ୍ର 3 ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । 

ଏହି କୁନି ବିସ୍ମୟ ଶିଶୁ କନ୍ୟା ହେଉଛନ୍ତି ଆରଭି ୟୁଭାନିକା । ବୟସ ମାତ୍ର 3 ବର୍ଷ 3 ମାସ । ଏହି ବୟସରେ ଆରଭି ଭାରତର 28 ରାଜ୍ୟ, ତାହାର ରାଜଧାନୀ, 16ଟି ଶବ୍ଦର ବିପରୀତ ଶବ୍ଦ,12 ଜଣ କବି ଓ ସେମାନଙ୍କ ଉପାଧିଙ୍କ ନାମ, 9 ଜଣ ସ୍ୱାଧୀନତା ଦେଶ ପ୍ରେମ ସ୍ଲୋଗାନ, 10 ଜଣ ଲେଖକ ରଚନା କରିଥିବା ଗ୍ରନ୍ଥ ଓ ଉପନ୍ୟାସର ନାମ, 12 ଟି ରଙ୍ଗର ନାମ ଓ ଇଂରାଜୀ 12 ମାସର ନାମ, 6 ଋତୁ, ସପ୍ତାହର 7 ଦିନ ର ନାମ, 16 ଟି ଶିଶୁ ବାଟିକା ପଦ୍ୟ ଆବୃତ୍ତି, 9ଟି କ୍ଷେତ୍ରର ନାମ, 26ଟି ଇଂରାଜୀ ବର୍ଣ୍ଣମାଳାର ପ୍ରତୀକ, 7 ଟି ମହାଦେଶ ଓ 8 ଟି କେନ୍ଦ୍ରଶାସିତ ରାଜ୍ୟର ନାମ, 9 ଟି ଗ୍ରହ ଓ ମଣିଷ ଶରୀରର 25 ଟି ଅଙ୍ଗ ପ୍ରତ୍ୟେଙ୍ଗ ର ନାମ, 20ଟି ଫଳର ନାମ ଓ 25ଟି ପଶୁର ନାମ, 20 ଟି ପନିପରିବାର ନାମ, ଇଂରାଜୀରେ 30ଟି ଜରୁରୀକାଳୀନ ଶବ୍ଦ, ସଂଖ୍ୟା ଗଣନା ଓ ଜରୁରୀ କାଳୀନ ଶବ୍ଦ, ବନ୍ଦେ ଉତ୍କଳ ଜନନୀ ଗାନ, 4 ଟି ସଂସ୍କୃତ ଶ୍ଳୋକ ଓ ହନୁମାନ ଚାଳିଶା ପଠନ, 47 ଟି ସାଧାରଣ ଜ୍ଞାନ ପ୍ରଶ୍ନ କହି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଆରଭି । 

ସମ୍ପୃକ୍ତ ଶିଶୁ କନ୍ୟା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଯୁବ ଇଞ୍ଜିନିୟର ଚନ୍ଦନ ରାଉତ ଓ ମାତା ଇଞ୍ଜିନିୟର ସ୍ୱପ୍ନାଶ୍ରୀ ସାମଲଙ୍କ ଝିଅ । ଆଗକୁ ଏସିଆ ଓ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବା ନେଇ ଆଶାବାଦୀ ଅଛନ୍ତି ଆରଭିର ମାତା ପିତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆରଭିର ଏହି ସଫଳତା ପାଇଁ ପରିବାର ବେଶ ଖୁସି ପ୍ରକଟ କରିବା ସହ ଆଗକୁ ଉତ୍ତୋରତର ଉନ୍ନତି କରୁ ଏହି କାମନା କରିଛନ୍ତି।  
 

Sponsored
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଆରଭି | Argus English