୨୦ ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ବାଣ ଜବତ, ମାଲିକ ଅଟକ
·2 years ago·1 min read

ଅର୍ଗସ ବ୍ୟୁରୋ : ଜଳେଶ୍ୱର ପୋଲିସର ବଡ଼ ଧରଣର ଚଢ଼ାଉ । ଥାନା ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମରେ ଏକ ବାଣ ଗୋଦାମ ଉପରେ ପୋଲିସ ଆଜି କରି ୨୦ ଲକ୍ଷ ଟଙ୍କାର ବାଣ ଜବତ କରିଛି । ବାଲେଶ୍ଵର ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ଵର ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ସହ ୨୫ ଜଣିଆ ଟିମ ଶାଳିକୋଠା ସ୍ଥିତ ୩ଟି ପୃଥକ ପୃଥକ ବାଣ ଗୋଦାମ ଉପରେ ଚଢଉ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଚଢ଼ଉ ସମୟରେ ୨ଟି ବାଣ ଗୋଦାମର ମାଲିକ ପ୍ରଫୁଲ୍ଲ ବେହେରା, ଅଜୟ ଖଟୁଆ, ସଞ୍ଜୟ ଖଟୁଆଙ୍କୁ ପୋଲିସ ଅଟକ ରଖି ଜେରା କରୁଛି । ଚଢ଼ଉ ସମୟରେ ବୁଲିଆ ଖଟୁଆର ଗୋଦାମରୁ ୫କିଲୋରୁ ଅଧିକ ବିସ୍ପୋରକ ଅର୍ଥାତ୍ କଞ୍ଚା ବାରୁଦ ଜବତ ହୋଇଥିବା କୁହାଯାଇଛି । ବାଣର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ ସୂଚନା ଦେଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: