ଆନ୍ଦୋଳନ କଲେ ଗିରଫ, ନ୍ୟାୟ ମାଗିଲେ ଗିରଫ

ଭୁବନେଶ୍ୱର: ବିଜେଡି ସୁରକ୍ଷାରେ ଦଳୀୟ ଗୁଣ୍ଡା। ଆନ୍ଦୋଳନ କଲେ ଗିରଫ, ନ୍ୟାୟ ମାଗିଲେ ଗିରଫ। ହେଲେ ଅମ୍ବାଭନା ଥାନା ଭାଙ୍ଗି ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଅପରାଧୀଙ୍କୁ ମାଫ୍॥ ବାହୁବଳୀ ବିଧାୟକ ସୁଶାନ୍ତ ସିଂଙ୍କ ଖାସ୍ ବୋଲି କଣ ଆଇନ ଅଲଗା।
କେସ୍ ନମ୍ବର -1
ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେପି ଯୁବମୋର୍ଚ୍ଚା। ଲୋୟର ପିଏମଜିରେ ସେତେବେଳର ଯୁବ ମୋର୍ଚ୍ଚା ଇରାଶିଷ ଆଚାର୍ଯ୍ୟଙ୍କ ସମେତ ଅନ୍ୟ କର୍ମୀ ଦେଇଥିଲେ ଧାରଣା। ପୋଲିସ ଗିରଫ କଲା। 50 ଦିନ ପର୍ଯ୍ୟନ୍ତ ଜେଲରେ ରହିଲେ ଇରାଶିଷ ଓ ତାଙ୍କ 21 ବିଜେପି କର୍ମୀ।
କେସ୍ ନମ୍ବର-2
ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଓକିଲ ସଂଘ। ନିଜ ଦାବି ପାଇଁ ସ୍ବର ଉଠାଉଥିବା ଆଇନଜୀବୀଙ୍କୁ ବାନ୍ଧିଲା ପୋଲିସ
📱 Get Argus News App
✨କେସ୍ ନମ୍ବର-3
-ଭାଇର ନ୍ୟାୟ ପାଇଁ ଲଢେଇ ଲଢୁଥିବା ମାହାଙ୍ଗାର ଦିଲୀପ ସାହୁଙ୍କ ଗୋଡାଇ ଗୋଡାଇ ପିଟିଲେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଲୋକ । ଲହୁଲୁହାଣ ହେଲେ ଦିଲୀପ। ହେଲେ ଓଲଟା ତାଙ୍କ ନାଁରେ ହେଲା ମିଛ କେସ୍। ଗିରଫ ହୋଇ ଏବେ ଜେଲରେ ଦିଲୀପ ସାହୁ । ସେପଟେ କିନ୍ତୁ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ପାଇଁ ଆଇନ ଅଲଗା । ଗଂଜେଇ ଚାଲାଣକୁ ନେଇ ସୁଶାନ୍ତ ସିଂଙ୍କ ପିଲା ଓ ବିଜେଡି ନେତା ଅମ୍ବଭୋନା ଥାନାରେ ପଶି କଲେ ତୁମୂଳ କାଣ୍ଡ। ଭଙ୍ଗାରୁଜା କଲେ, ଜାତିଆଣ ଆକ୍ଷେପ କଲେ, ହତ୍ୟା ଉଦ୍ୟମ ବି କଲେ। 100ରୁ ଅଧିକଙ୍କ ନାଁରେ ଏଫଆଇଆର ହେଲା, ମାତ୍ର 23 ଗିରଫ ହେଲେ, ବେଲ ବି ପାଇଲେ। ଥାନା ଭଙ୍ଗା ଅଭିଯୁକ୍ତ ଖୁଲମଖୁଲ୍ଲା ବୁଲୁଛନ୍ତି, ବିଜେଡି ପ୍ରଶିକ୍ଷଣ ଶିବିରରେ ସାମିଲ ହେଉଛନ୍ତି । କେବଳ ନିଶ ମୋଡି ଚୁପ୍ ବସିଛନ୍ତି ବରଗଡ଼ ଏସପି। ଆଇନ ତା ବାଟରେ ଯାଉଥିବା କଥା କହୁଛନ୍ତି ମୁଖିଆ। ହେଲେ ବିଜେଡି ନେତା ମନ୍ତ୍ରୀଙ୍କ ପାଇଁ ଆଇନ ଅଲଗା। ଯାହାକୁ ନେଇ ଉଠିଛି ପ୍ରଶ୍ନ।