Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏ ଚାଉଳ ଏବେ କଣ କରିବେ ରାଜ୍ୟ ସରକାର ?

Odisha

ଏ ଚାଉଳ ଏବେ କଣ କରିବେ ରାଜ୍ୟ ସରକାର ?

Manini Pattanayak
Browse all articles by Manini Pattanayak
·2 years ago·2 min read
ଏ ଚାଉଳ ଏବେ କଣ କରିବେ ରାଜ୍ୟ ସରକାର ?

କଟକ:  ଉଷୁନା ସହ ମିସିଲା ଅରୁଆ। ଏବେ ଏ ଚାଉଳ ନା ଠାକୁର ଖାଇପାରିବେ ନା ନିଜେ।   ଏ ଚାଉଳ ଏବେ କଣ କରିବେ ରାଜ୍ୟ ସରକାର ?  ନିଜେ ଖାଇବେ ନା ବିଜେଡି କର୍ମକର୍ତ୍ତା ମାନେ  ପିକ୍‌ନିକ୍‌ କରିବେ?   ଯଦି  ଏପରି କରିବାର ଥିଲା ତେବେ କଣ ପାଇଁ ନବୀନ ବାବୁ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଥିଲେ। 
ରାଜ୍ୟ ସରକାର ବ୍ରହ୍ମାଣ୍ଡ ନିଅନ୍ତାଙ୍କୁ ଘର ଘର ବୁଲାଇଲେ। ଯେଉଁ ଠାକୁର ରତ୍ନସିଂହାସନରେ ବସୁଛି ତାଙ୍କୁ ବସାଇଲେ ଡାଲା ଓଟୋରେ। ଯେଉଁ ଠାକୁର ୬୦ ପୁଉଟି ଖାଉଛି ସେହି ଜଗତ ନିଅନ୍ତାଙ୍କୁ ସରକାର ନିଜର ପ୍ରସାର ପ୍ରଚାର ପାଇଁ ଭିକାରୀ ସଜାଇ ଘର ଘର ବୁଲାଇଲା।

ଅର୍ପଣ ରଥ ନାଁରେ  ବିଜେଡି ଜଗନ୍ନାଥଙ୍କୁ  ଗାଁ ଗାଁରେ ବୁଲାଇଲା। ସାଧାରଣ ଲୋକମାନେ ଅରୁଆ ଚାଊଳ, ଗୁଆ, ପଇସା ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦାନ କଲେ। କିନ୍ତୁ ଗାଁ ମାନଙ୍କରେ ଅନେକ ଗରିବ ଲୋକମାନେ ରାସନ ଚାଉଳ ପାଇଲେ ତାଙ୍କ ଚୁଲି ଜଳେ। ସେଇ ଗରିବ ପାଖେ ଅରୁଆ କେଉଁଠୁ ଆସିବ ତେଣୁ ଅର୍ପଣ ରଥକୁ ସେମାନେ ଉଷୁନା ଚାଉଳ ଦେଇଥିବେ। ଅରୁଆ ସହ ଉଷୁନା  କଣ ପୁରୀ ଜଗନ୍ନାଥ ମନ୍ଦରକୁ ଯାଇଥିବ ?  ମହାପ୍ରଶାଦ ପାଇଁ  କେବେ ବି ଏ ଉଷୁନା ଚାଉଳ ପୁରୀ ଯାଇନଥିବ।  ତେବେ ଏ ଚାଉଳ ଗଲା କୁଆଡେ ?  ବିଜେଡି କର୍ମକର୍ତ୍ତାମାନେ ଭୋଜିଭାତ କରି ଖାଇଦେଲେନି ତ  ?  ଏହା ଏକ ବଡ ପ୍ରଶ୍ନବାଚୀ।  କୋଟି କୋଟି ଓଡ଼ିଆଙ୍କ ପ୍ରାଣ ଜଗନ୍ନାଥଙ୍କୁ ନେଇଁ ରାଜ୍ୟ ସରକାର ଯେଉଁ ରାଜନୈତିକ ଖେଳ ଖେଳିଲା ତାହାକୁ ନେଇ ସାଧାରଣ ଲୋକମାନେ  କହୁଛନ୍ତି ଶେଷରେ ଜଗନ୍ନାଥଙ୍କ ନାଁ ବିକି ଓଡ଼ିଶା ଖାଇଗଲା ବିଜେଡି..

ଉଭୟ ଶାସକ ଓ ପ୍ରଶାସକ ମିଶି ଅର୍ପଣ ରଥରୁ ଆଦାୟ ହୋଇଥିବା ସାମଗ୍ରୀ ସହ ରାଜକୋଷ ଟଙ୍କା ଲୁଟ କରିଛନ୍ତି ବୋଲି ଲୋକଙ୍କ ଅଭିଯୋଗ। ପ୍ରତି ପଞ୍ଚାୟତ ପିଛା 2ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଆଳି ବ୍ଲକ ର 23ଟି ପଞ୍ଚାୟତ ରେ ଅର୍ପଣ ରଥ ବୁଲାଇ ସରକାର ଆଦାୟ କଲେ କ୍ଵିଣ୍ଟାଲ କ୍ଵିଣ୍ଟାଲ ଚାଉଳ, ଲକ୍ଷ ଲକ୍ଷ ଟଙ୍କା, ହଜାର ହଜାର ନଡ଼ିଆ,ଗୁଆ.. କିନ୍ତୁ ଏଗୁଡ଼ିକ ଗଲା କୁଆଡେ.. ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ନାଁ ରେ ଆଦାୟ ହୋଇଥିବା ଏହି ସାମଗ୍ରୀ କେଉଁ ଭୋଜି ରେ ଲାଗିଚି କି କାହା ପକେଟ୍ ଗରମ କରିଛି ଏହାର ଉତ୍ତର ହିଁ ବ୍ଲକ ପ୍ରଶାସନ କୁ ଦେବାକୁ ପଡ଼ିବ ବୋଲି ନିଆଳି ବାସି ଦାବି କରିଛନ୍ତି?  ଗତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ହୋଇଯାଇଛି। କିନ୍ତୁ ସାଧାରଣ ଲୋକଟି ଜଗା ପାଇଁ ଦେଇଥିବା ଚାଉଳ,ଗୁଆ ଶ୍ରୀମନ୍ଦିର ଗଲା ନାହିଁ.. ଓଡିଆଙ୍କ ଭାବାବେଗ ସହ ଖେଳିବା ସହ  ଜଗାକୁ  ନେଇ ବିଜେଡି ରାଜନୀତି କରୁଥିବ ସ୍ପଷ୍ଟ ହୋଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ : 

Sponsored
arpan rath issue in cuttack niali, odisha | Argus English