|
logo
Live

Argus News - ଅରିନ୍ଦମ୍‌ଙ୍କ ରଙ୍ଗବଦଳି ରାଜନୀତି

Odisha

ଅରିନ୍ଦମ୍‌ଙ୍କ ରଙ୍ଗବଦଳି ରାଜନୀତି

Jitendra Dash
Browse all articles by Jitendra Dash
·2 years ago·2 min read
ଅରିନ୍ଦମ୍‌ଙ୍କ ରଙ୍ଗବଦଳି ରାଜନୀତି

ଅର୍ଗସ ବ୍ୟୁରୋ : ଅଡ଼ୁଆରେ ଅଭିନେତା ଅରିନ୍ଦମ ରାୟ । କେତେବେଳେ ତ ବିଜେଡ଼ି ଆଉ କେତେବେଳେ କଂଗ୍ରେସ ପୁଣି କେତେବେଳେ ବିଜେପି । କୋଉ ଦଳରେ ରହିବେ ଜାଣି ପାରୁ ନାହାନ୍ତି ଓଡ଼ିଆ ଅଭିନେତା । ଫିଲ୍ମର ଚରିତ୍ରକୁ ଲଗାଇଦେଲେ ନିଜ ରାଜନୀତି କ୍ୟାରିୟରରେ । କେତେବେଳେ ବିଜେଡ଼ି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ତ କେତେବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟୁଛନ୍ତି । ପୁଣି କେତେ ବେଳେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ସହିତ ପଦଯାତ୍ରା କରୁଛନ୍ତି । ଓଲିଉଡ଼ର ତାରକା ବା ଅଭିନେତା ଅରିନ୍ଦମ ରାୟଙ୍କ ଏଭଳି ରଙ୍ଗବଦଳି ରଣନୀତି ଏବେ ସମସ୍ତଙ୍କୁ ଦ୍ବନ୍ଦରେ ପକାଇଛି ।

ଏଥର ଯେମିତି ହେଲେ ବି ନିର୍ବାଚନୀ ଭିଡ଼କୁ ଡେଇଁବାକୁ ଆଣ୍ଟା ଭିଡ଼ିସାରିଛନ୍ତି ଅରିନ୍ଦମ୍ । ଏଭଳି ସ୍ଥିତିରେ ଗତ ବୁଧୁବାର କଟକ ମହାନଗର ନିଗମ କର୍ପୋଟରଙ୍କ ବଣଭୋଜିରେ ମଧ୍ୟ ଦେଖିବାକୁ ମିଳିଥିଲେ । ହଠାତ ପହଞ୍ଚି ଅତିଥି ହୋଇ ଚର୍ଚ୍ଚା ଲୋଡ଼ିବା ଘଟଣା ଏବେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏଠି ପ୍ରଶ୍ନ ଉଠୁଛି, କଣ ପାଇଁ ପାଗଳାମି କରୁଛନ୍ତି ଅରିନ୍ଦମ୍ ? ରିଲ ଲାଇଫକୁ ରିୟଲ ଲାଇଫ ସହ ଯୋଡ଼ୁ ନାହାନ୍ତି ତ ? କଣ ବିଜେଡ଼ି ମୁଖିଆଙ୍କ ଭରଷାରେ ନାହାନ୍ତି ଅରିନ୍ଦମ୍ ?

ସେହିଭଳି, ନେତାଜୀ ଜୟନ୍ତୀ ଅବସରରେ କଟକ ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ସଙ୍ଗଠନ, ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଉ ଏହି ସବୁ କାର୍ଯ୍ୟକ୍ରମରେ ବିଜେଡିର ସାଧାରଣ ସମ୍ପାଦକ ତଥା ଅଭିନେତା ଅରିନ୍ଦମ ରାୟ ଗୋଟିଏ ପଟେ ଥିବାବେଳେ ଅନ୍ୟପଟେ ଥିଲେ କଟକ ବାରବାଟିର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯାହାକୁ ଆଗାମୀ ନିର୍ବାଚନ ପାଇଁ ଖୋରାକ ଯୋଗାଇଛି ଏବଂ ଉଭୟ ଉଭୟଙ୍କୁ କଡ଼ା ଟକର ଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । କେତେବଳେ ବିଜେଡ଼ି, କେତେବେଳେ କଂଗ୍ରେସ ପୁଣି କେତେବେଳେ ବିଜେପି । ପୁଣି କେତେବେଳେ ବିଭିନ୍ନ ଦଳର ନେତାଙ୍କ ସହ ଭେଟି ଫଟୋ ନିଜ ସୋସିଆଲ ମିଡିଆରେ ଅପଲୋଡ଼ କରୁଛନ୍ତି । ଦେଖିବାକୁ ବାକି ରହିଲା ଆଗକୁ ଅରିନ୍ଦମଙ୍କ ରାଜନୀତି ପାଣି ପାଗ କଣ ରହୁଛି ।


 

Sponsored
ଅରିନ୍ଦମ୍‌ଙ୍କ ରଙ୍ଗବଦଳି ରାଜନୀତି | Argus English