|
logo
Live

Argus News - କୁବୋଟା ଦୁର୍ନୀତିକୁ ଲୋକଲୋଚନକୁ ଆଣିଥିବା ତନୟଙ୍କୁ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ ଅଭିଯୋଗ

Odisha

କୁବୋଟା ଦୁର୍ନୀତିକୁ ଲୋକଲୋଚନକୁ ଆଣିଥିବା ତନୟଙ୍କୁ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କୁବୋଟା ଦୁର୍ନୀତିକୁ ଲୋକଲୋଚନକୁ ଆଣିଥିବା ତନୟଙ୍କୁ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ ଅଭିଯୋଗ

ଅର୍ଗସ ବ୍ୟୁରୋ:  ନିଜ ଉପରୁ ଦୋଷ ଖସାଇ ଖସିଯିବାକୁ ଉଦ୍ୟମ କରୁଛନ୍ତି କି ରେମୁଣା ବିଧାୟକ ସୁଧାଂଶୁ ପରିଡା। କୁବୋଟା ଦୁର୍ନୀତିକୁ ଲୋକଲୋଚନକୁ ଆଣିଥିବା ତନୟଙ୍କୁ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସେ ସିଧାସଳଖ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ ନାଁ ନେଉଥିବା ବେଳେ ସୁଧାଂଶୁ କିନ୍ତୁ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ସୁଧାଂଶୁ ମାମଲାରେ ପୂର୍ବତନ ବାଲେଶ୍ବର ସାଂସଦ ତଥା ପୂର୍ବତନ ଜିଲ୍ଲା ସଭାପତି ରବି ଜେନାଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ କରିଛନ୍ତି।

ସିଧାସଳଖ ନାଁ ନନେଲେ ବି ସୁଧାଂଶୁ ପୂର୍ବତନ ଜିଲ୍ଲା ସଭାପତିଙ୍କ ସମ୍ପୃକ୍ତି କଥା କହିଥିବାରୁ ସେ କାହାକୁ ଇଙ୍ଗିତ କରୁଛନ୍ତି ତାହା ସ୍ପଷ୍ଟ ବାରି ହୋଇପଡୁଛି। ଘଟଣାରେ ପୀଡିତ ତନ୍ମୟ ସୁଧାଂଶୁଙ୍କ ନାଁ ନେଉଥିବା ବେଳେ ସୁଧାଂଶୁ ନେଉଛନ୍ତି ରବି ଜେନା ନାଁ। ତେଣୁ ମାମଲାରେ ନିରପେକ୍ଷ ତଦନ୍ତ ନେଇ ଦାବି ହୋଇଛି। ଘଟଣାରେ ବିଜେଡି ନେତାଙ୍କ ସମ୍ପୃକ୍ତି ଅଭିଯୋଗ ହେଉଥିବାରୁ ଏହାର ନିରପେକ୍ଷ ତଦନ୍ତ ଉପରେ ମଧ୍ୟ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କୁବୋଟା ଦୁର୍ନୀତିକୁ ଲୋକଲୋଚନକୁ ଆଣିଥିବା ତନୟଙ୍କୁ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ ଅଭିଯୋଗ | Argus English